୩ ଦିନରେ ୪୬୫ ବିଲିୟନ ଡଲାର ହ୍ରାସ

ନୂଆଦିଲ୍ଲୀ,୧୫ା୩: ଅନ୍ତଃରାଷ୍ଟ୍ରୀୟ ଶେୟାର ବଜାର ଏବଂ ଅର୍ଥନୀତିରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବିଶେଷକରି ଆମେରିକାରେ ସୃଷ୍ଟି ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ବିଶ୍ୱ ଅର୍ଥନୀତିକୁ ବେଶ୍‌ ପ୍ରଭାବିତ କରିଛି। କେବଳ ୩ଟି କାର୍ଯ୍ୟଦିବସରେ ଗ୍ଲୋବାଲ ଫାଇନାନ୍ସିଆଲ୍‌ ଷ୍ଟକ୍ସର ବଜାର ମୂଲ୍ୟ ୪୬୫ ବିଲିୟନ ଡଲାର (ପ୍ରାୟ ୩୮୩୦୦୦୦ କୋଟି ଟଙ୍କା) ହ୍ରାସ ହୋଇଥିବା ଜଣାପଡ଼ିଛି। ଏପରିକି ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ପରେ ସାରା ବିଶ୍ୱର ନିବେଶକ, ଲ୍ୟାଣ୍ଡର୍ସ ନିଜ ନିଜର ଭାଗୀଦାରି ହ୍ରାସ କରିବାରେ ଲାଗିଛନ୍ତି। ବିଶେଷକରି ମଙ୍ଗଳବାର ଗ୍ଲୋବାଲ ଫାଇନାନ୍ସିଆଲ ଷ୍ଟକ୍ସରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଏମ୍‌ଏସ୍‌୍‌ସିଆଇ ଏସିଆ ପ୍ୟାସିଫିକ୍‌ ଫାଇନାନ୍ସସିଆଲ ସୂଚକାଙ୍କରେ ୨.୭% ହ୍ରାସ ଘଟିଛି। ଗତ ବର୍ଷ ନଭେମ୍ବର ୨୯ ପରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସେହିଭଳି ଜାପାନର ମିତ୍‌ସୁବିଶି ୟୁଏଫ୍‌ଜେ ଫାଇନାନ୍ସିଆଲ ଗ୍ରୁପ୍‌ରେ ୮.୩ % ହ୍ରାସ ଘଟିଛି। ଏପରିକି ଦକ୍ଷିଣ କୋରିଆର ହାନା ଫାଇନାନ୍ସିଆଲ ଗ୍ରୁପ୍‌ରେ ୪.୭% ହ୍ରାସ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଏଏନଜେଡ୍‌ ଗ୍ରୁପ୍‌ ହୋଲ୍ଡିଙ୍ଗ୍‌ ଲିମିଟେଡ୍‌ର ଶେୟାରରେ ୨.୮% ହ୍ରାସ ଘଟିଛି। ସେହିପରି ଏମ୍‌ଏସ୍‌ସିଆଇ ୱାର୍ଲଡ ଫାଇନାନ୍ସିଆଲ ସୂଚକାଙ୍କ ଏବଂ ଏମ୍‌ଏସ୍‌ସିଆଇ ଇଏମ୍‌ ଫାଇନାନ୍ସିଆଲ ସୂଚକାଙ୍କରେ ସୂଚୀବଦ୍ଧ କମ୍ପାନୀଗୁଡିକର ବଜାର ପୁଞ୍ଜି ଶୁକ୍ରବାରଠାରୁ ପ୍ରାୟ ୪୬୫ ବିଲିୟନ ଡଲାର (୩୮୩୦୦୦୦ କୋଟି ଟଙ୍କା) ହ୍ରାସ ଘଟିଛି। ଅପରପକ୍ଷରେ ୟୁରୋପିଆନ ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡିକର ଶେୟାର ମୂଲ୍ୟରେ ମଧ୍ୟ ବଡ଼ ଧରଣ ହ୍ରାସ ରେକର୍ଡ କରାଯାଇଛି। ବିଶେଷକରି କ୍ରେଡିଟ୍‌ ସୁଇସ୍‌ ଗ୍ରୁପ୍‌ ଏଜିର ଶେୟାର ୧୫% କମି ରେକର୍ଡ ସ୍ତରକୁ ଖସି ଆସିଛି। ଏପରିକି ଏହାର ବଣ୍ଡ୍ସର ଇନ୍‌ସ୍ୟୁରାନ୍ସ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ଥିବାବେଳେ ଜାପାନର ଫାଇନାନ୍ସିଆଲ ଷ୍ଟକ୍ସରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri