୩ ଦିନରେ ୪୬୫ ବିଲିୟନ ଡଲାର ହ୍ରାସ

ନୂଆଦିଲ୍ଲୀ,୧୫ା୩: ଅନ୍ତଃରାଷ୍ଟ୍ରୀୟ ଶେୟାର ବଜାର ଏବଂ ଅର୍ଥନୀତିରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବିଶେଷକରି ଆମେରିକାରେ ସୃଷ୍ଟି ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ବିଶ୍ୱ ଅର୍ଥନୀତିକୁ ବେଶ୍‌ ପ୍ରଭାବିତ କରିଛି। କେବଳ ୩ଟି କାର୍ଯ୍ୟଦିବସରେ ଗ୍ଲୋବାଲ ଫାଇନାନ୍ସିଆଲ୍‌ ଷ୍ଟକ୍ସର ବଜାର ମୂଲ୍ୟ ୪୬୫ ବିଲିୟନ ଡଲାର (ପ୍ରାୟ ୩୮୩୦୦୦୦ କୋଟି ଟଙ୍କା) ହ୍ରାସ ହୋଇଥିବା ଜଣାପଡ଼ିଛି। ଏପରିକି ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ପରେ ସାରା ବିଶ୍ୱର ନିବେଶକ, ଲ୍ୟାଣ୍ଡର୍ସ ନିଜ ନିଜର ଭାଗୀଦାରି ହ୍ରାସ କରିବାରେ ଲାଗିଛନ୍ତି। ବିଶେଷକରି ମଙ୍ଗଳବାର ଗ୍ଲୋବାଲ ଫାଇନାନ୍ସିଆଲ ଷ୍ଟକ୍ସରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଏମ୍‌ଏସ୍‌୍‌ସିଆଇ ଏସିଆ ପ୍ୟାସିଫିକ୍‌ ଫାଇନାନ୍ସସିଆଲ ସୂଚକାଙ୍କରେ ୨.୭% ହ୍ରାସ ଘଟିଛି। ଗତ ବର୍ଷ ନଭେମ୍ବର ୨୯ ପରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସେହିଭଳି ଜାପାନର ମିତ୍‌ସୁବିଶି ୟୁଏଫ୍‌ଜେ ଫାଇନାନ୍ସିଆଲ ଗ୍ରୁପ୍‌ରେ ୮.୩ % ହ୍ରାସ ଘଟିଛି। ଏପରିକି ଦକ୍ଷିଣ କୋରିଆର ହାନା ଫାଇନାନ୍ସିଆଲ ଗ୍ରୁପ୍‌ରେ ୪.୭% ହ୍ରାସ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଏଏନଜେଡ୍‌ ଗ୍ରୁପ୍‌ ହୋଲ୍ଡିଙ୍ଗ୍‌ ଲିମିଟେଡ୍‌ର ଶେୟାରରେ ୨.୮% ହ୍ରାସ ଘଟିଛି। ସେହିପରି ଏମ୍‌ଏସ୍‌ସିଆଇ ୱାର୍ଲଡ ଫାଇନାନ୍ସିଆଲ ସୂଚକାଙ୍କ ଏବଂ ଏମ୍‌ଏସ୍‌ସିଆଇ ଇଏମ୍‌ ଫାଇନାନ୍ସିଆଲ ସୂଚକାଙ୍କରେ ସୂଚୀବଦ୍ଧ କମ୍ପାନୀଗୁଡିକର ବଜାର ପୁଞ୍ଜି ଶୁକ୍ରବାରଠାରୁ ପ୍ରାୟ ୪୬୫ ବିଲିୟନ ଡଲାର (୩୮୩୦୦୦୦ କୋଟି ଟଙ୍କା) ହ୍ରାସ ଘଟିଛି। ଅପରପକ୍ଷରେ ୟୁରୋପିଆନ ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡିକର ଶେୟାର ମୂଲ୍ୟରେ ମଧ୍ୟ ବଡ଼ ଧରଣ ହ୍ରାସ ରେକର୍ଡ କରାଯାଇଛି। ବିଶେଷକରି କ୍ରେଡିଟ୍‌ ସୁଇସ୍‌ ଗ୍ରୁପ୍‌ ଏଜିର ଶେୟାର ୧୫% କମି ରେକର୍ଡ ସ୍ତରକୁ ଖସି ଆସିଛି। ଏପରିକି ଏହାର ବଣ୍ଡ୍ସର ଇନ୍‌ସ୍ୟୁରାନ୍ସ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ଥିବାବେଳେ ଜାପାନର ଫାଇନାନ୍ସିଆଲ ଷ୍ଟକ୍ସରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri