ଗୁରୁପୂର୍ଣ୍ଣିମାରେ ବାପାଙ୍କୁ ମନେ ପକାଇଲେ ଏହି ଅଭିନେତା

ଆଜି ପବିତ୍ର ଗୁରୁପୂର୍ଣ୍ଣିମା । ଏହି ଦିନରେ ଜୀବନରେ ଶିକ୍ଷା ଦେଇଥିବା ଗୁରୁଙ୍କୁ ସ୍ମରଣ କରାଯାଇଥାଏ। ଗୁରୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ମନେପକାଇ ଶୁଭେଚ୍ଛା ଜଣାନ୍ତି। ତେବେ ଏହି ଦିନରେ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କୁ ମନେ ପକାଇଛନ୍ତି। ଅମିତାଭ ତାଙ୍କ ପିତାଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ତାଙ୍କୁ ପ୍ରଣାମ କରିଛନ୍ତି।

କ୍ୟାପଶନରେ ସେ ଲେଖିଛନ୍ତି – ‘କବିରା ତେରେ ନର ଅନ୍ଧ ହୈ, ଗୁରୁ କୋ କେହେତେ ହରି ରୁଠେ, ଗୁରୁ ଠେର ହୈ, ଗୁରୁ ରୁଠେ ନେହିଁ ଠେର। ଗୁରୁ ପୂର୍ଣ୍ଣିମାର ଶୁଭ ଦିନରେ ଚରଣ ସ୍ପର୍ଶ ସହିତ ପ୍ରଣାମ, ମୋର ଗୁରୁଦେବ ପରମ ପୂଜ୍ୟ ବାବୁଜୀ।“
ସେ ଲେଖିଛନ୍ତି କବୀରଦାସ ସତ୍ୟ କହିଛନ୍ତି, ଯଦି ଭଗବାନ କ୍ରୋଧିତ ହୁଅନ୍ତି ତେବେ ଗୁରୁଙ୍କ ଆଶ୍ରୟ ଅଛି। ମାତ୍ର ଗୁରୁଙ୍କ ପରେ କୌଣସି ଆଶ୍ରୟସ୍ଥଳ ନାହିଁ। ଗୁରୁଙ୍କ ବିନା ଜ୍ଞାନ ନାହିଁ – ଜ୍ଞାନ ବିନା ସଂସ୍କୃତି ନାହିଁ। ସଂସ୍କୃତ ବିନା ଆଚରଣ ନାହିଁ। ଆଚରଣ ବିନା ସମ୍ମାନ ନାହିଁ – ସମ୍ମାନ ବିନା ମଣିଷ ନାହିଁ। ଗୁରୁ ପୂର୍ଣ୍ଣିମା ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ମୋର ଗୁରୁଜୀଙ୍କୁ ପ୍ରଣାମ।

Share