କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି

କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେରୋ ସର୍ଭେ ନେଇ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
କରୋନାକୁ ନେଇ କଟକ ସହରରେ ମୋଟ ୨୨୭୪ ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା।୨୫ଟି ୱାର୍ଡରୁ ୧୬୩୪, ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ସଂଗୃହୀତ ସାମ୍ପଲରୁ ୪୧.୦୮% ଆଣ୍ଟିବଡି ତିଆରି ହୋଇଛି। ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ସାମ୍ପଲରୁ ୫୬.୪% ଆଣ୍ଟିବଡି ତିଆରି ହୋଇଛି। ୧୬ ନଂ ୱାର୍ଡରୁ ସର୍ବନିମ୍ନ ୨୨%, ୪୭ ନଂ ୱାର୍ଡରୁ ସର୍ବାଧିକ ୬୭% ଆଣ୍ଟିବଡି ତିଆରି ହୋଇଛି। ସେହିପରି ଅଳ୍ପ ବୟସ୍କଙ୍କ ଭିତରେ ଆଣ୍ଟିବଡି ବେଶି ବିକଶିତ ହୋଇଛି ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।