Posted inଜାତୀୟ

ବାଦଲଫଟା ବର୍ଷାରେ ୪୬ ମୃତ: ୧୬୭ ଉଦ୍ଧାର, ଅନେକ ନିଖୋଜ

ଜମ୍ମୁ,୧୫ା୮: ମଚାଇଲ ମାତା ମନ୍ଦିରକୁ ଯିବାକୁ ହେଲେ କିସ୍ତଓ୍ବାର ସହରରୁ ୯୦ କି.ମି. ଦୂର ଚଶୋତି ଗ୍ରାମ ପର୍ଯ୍ୟନ୍ତ ଗାଡ଼ିରେ ଯିବାକୁ ପଡ଼ିଥାଏ। ୯,୫୦୦ ଫୁଟ୍‌ ଉଚ୍ଚତାରେ ଥିବା ମଚାଇଲ ମାତା ପୀଠକୁ ୮.୫ କି.ମି. ବ୍ୟାପୀ ଟ୍ରେକିଂ ଏଇଠୁ ଆରମ୍ଭ ହୁଏ। ଜୁଲାଇ ୨୫ରୁ ଚାଲିଥିବା ମଚାଇଲ ମାତା ଯାତ୍ରା ସେପ୍ଟେମ୍ବର ୫ରେ ଶେଷ ହେବ। ଏହି ବାର୍ଷିକ ଯାତ୍ରାରେ ସାମିଲ ହେବା ପାଇଁ ଗୁରୁବାର ସେଠରେ ବହୁ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ହଠାତ୍‌ ବାଦଲଫଟା ବର୍ଷା ହୋଇଥିଲା। ଏଥିରେ ଘରଦ୍ୱାର, ଦୋକାନ, ପୋଲିସ ଫାଣ୍ଡି ଓ ଭକ୍ତଙ୍କ ଆଶ୍ରୟସ୍ଥଳୀ ଭାସିଯାଇଥିଲା। ପାହାଡ଼ ଉପରୁ କାଦୁଅ ପାଣି ମାଡ଼ିଆସି ଧ୍ୱଂସଲୀଳା ଭିଆଉଥିବାବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ଓ ସେନା ଯବାନଙ୍କ ସହ ପୋଲିସ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଯବାନମାନେ ଅଦ୍ୟାବଧି ୪୬ ମୃତଦେହ ଠାବ କରିଥିବାବେଳେ ୧୬୭ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। କିସ୍ତଓ୍ବାର ଡେପୁଟି କମିଶନର ପଙ୍କଜ କୁମାର ଶର୍ମା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ରେସ୍କ୍ୟୁ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ସହ ଆହତଙ୍କୁ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଜାରି ରହିଥିବା ‘X’ରେ ସେନାର ହ୍ବାଇଟ୍‌ ନାଇଟ୍‌ କର୍‌ ପକ୍ଷରୁ ସୂଚନା ଦିଆାଯାଇଛି। ବାଦଲଫଟା ବର୍ଷାଜନିତ ବିପଦ ଆସିବାବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ସେବା ଚାଲିଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଏହି ଟ୍ରାଜେଡି ପରେ ମଚାଇଲ ମାତା ମନ୍ଦିରକୁ ବାର୍ଷିକ ଯାତ୍ରା ସ୍ଥଗିତ ରଖାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିପତ୍ତିରେ ଲୋକଙ୍କ ଜୀବନହାନିକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ଧରାଲି ଗ୍ରାମରେ ବାଦଲଫଟା ବର୍ଷା ଯୋଗୁ ଅନେକ ଧନଜୀବନ ହାନି ହେବା ସହ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ। ଫସିରହିଥିବା ଲୋକଙ୍କୁ ଉଦ୍ଧାର ଜାରି ରହିଥିବାବେଳେ ଏହାର ୯ ଦିନ ପରେ ଜମ୍ମୁ-କଶ୍ମୀରର ଚଶୋତି ଗ୍ରାମକୁ ଏକ ଅନୁରୂପ ବିପର୍ଯ୍ୟୟ ମାଡ଼ିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri