ଅଢ଼େଇ ବର୍ଷରେ ରାଜ୍ୟ ବାହାରୁ ୪୬ ଗିରଫ

ଭୁବନେଶ୍ୱର,୧୭।୭(ସତ୍ୟଜିତ୍‌ ରାଉତ): ରାଜ୍ୟରେ ଠକେଇ ମାମଲା ବଢ଼ି ଚାଲିଛି। ବିଶେଷକରି ସାଇବର ଠକମାନେ ସବୁଠୁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ କୌଶଳ ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଚାକିରି ଠକେଇ, ଅନ୍‌ଲାଇନ୍‌ ପୋନ୍‌ଜି ସ୍କିମ୍‌, ଚାଇନା ଡିଜିଟାଲ୍‌ ଲୋନ୍‌ ଆପ୍‌, କୋରିଅର୍‌ ଠକେଇ, ଜମି ଠକେଇ, ବ୍ୟାଙ୍କ ଠକେଇ, କ୍ରିପ୍ଟୋ ଟ୍ରେଡିଂ, ମନି ଅର୍ନିଂ ଆପ୍‌ ଆଦି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି। ଅଧିକାଂଶ ସାଇବର ର଼୍ୟାକେଟ ରାଜ୍ୟ ବାହାରୁ ଅପରେଟ ହେଉଥିବାରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି ହେଉଛି। ତଥାପି ଇଓଡବ୍ଲ୍ୟୁ ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାରେ ସଫଳ ହେଉଛି। ଏହିକ୍ରମରେ ୨୦୨୧ରୁ ୨୦୨୩ ଜୁଲାଇ ଅର୍ଥାତ୍‌ ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ବାହାରକୁ ଯାଇ ଇଓଡବ୍ଲ୍ୟୁ ୪୬ଜଣ ଠକେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୦୨୧ରେ ୮, ୨୦୨୨ରେ ୨୭ ଏବଂ ୨୦୨୩ରେ ଏପର୍ଯ୍ୟନ୍ତ ୧୧ଜଣ ଗିରଫ ହୋଇଥିବା ରବିବାର ସୂଚନା ଦିଆଯାଇଛି।
ଲୋନ୍‌ ଆପ୍‌ରେ ଠକମାନେ ଲୋକଙ୍କୁ ପ୍ରଥମେ ଅଳ୍ପ ଟଙ୍କାର ଲୋନ୍‌ ଦେଉଛନ୍ତି। ପରେ ସୁଧ ଓ ଅନ୍ୟାନ୍ୟ ଫି’ ଲଗାଇ ଅଧିକ ଟଙ୍କା ଦାବି କରୁଛନ୍ତି। ଦାବି ଅନୁଯାୟୀ ଟଙ୍କା ନ ଦେଲେ ଗ୍ରାହକଙ୍କୁ ବ୍ଲାକମେଲ୍‌ କରି ବହୁ ଟଙ୍କା ଠକି ନେଉଛନ୍ତି। ତେବେ ରାଜ୍ୟବାହାରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣ ଏହି ଲୋନ୍‌ ଆପ୍‌ ମାମଲାରେ ରହିଛନ୍ତି। ସେହିପରି ପୋନ୍‌ଜି ସ୍କିମ୍‌ରେ ୯ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ଏଭଳି ଠକେଇ ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସହଯୋଗୀମାନେ ଥିବାବେଳେ ଏହାର ମାଷ୍ଟରମାଇଣ୍ଡମାନେ ଦୁବାଇ, ଚାଇନା, ହଂକଂ, ମାଲେସିଆରେ ରହି ରାକେଟ୍‌ ଚଳାଉଛନ୍ତି। ଦେଶ ବାହାରେ ରହି ଠକେଇ ଅପରେଟ୍‌ କରୁଥିବା ମାଷ୍ଟରମାଇଣ୍ଡଙ୍କ ବିରୋଧରେ ପୂର୍ବରୁ ଲୁକ୍‌ଆଉଟ୍‌ ସର୍କୁଲାର୍‌ ମଧ୍ୟ ଜାରି ହୋଇଛି। କିନ୍ତୁ ସମ୍ପୃକ୍ତ ମାଷ୍ଟରମାଇଣ୍ଡଙ୍କୁ ଧରିବା ଇଓଡବ୍ଲ୍ୟୁ ପାଇଁ ଚ୍ୟାଲେଞ୍ଜ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri