ଗୁଗ୍‌ଲ ଇଣ୍ଡିଆରୁ ୪୫୩ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ/କାଲିଫର୍ନିଆ,୧୭।୨: ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି ଛଟେଇ ମେଲ ପଠାଇଛନ୍ତି।
ବିଶ୍ୱରୁ ପ୍ରାୟ ୧୨୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଗତ ମାସରେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପକ୍ଷରୁ କୁହାଯାଇଥିଲା। ତେବେ ୪୫୩ ଜଣ ପୂର୍ବଘୋଷିତ ଛଟେଇ ଅଂଶ କି ନାହିଁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।

Share