Posted inଜାତୀୟ

ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍‌ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ

ଗୁରୁଗ୍ରାମ,୧୨ା୬: ଜଣେ ଶ୍ରମିକଙ୍କ ହାତରେ ଚିପ୍ସ ଓ କୋଲା ଥାଏ। ସେ ନିଜ ୪ ପୁଅଙ୍କୁ ରେଳ ଟ୍ରାକ୍‌ରେ ଧରି ଯାଉଥାଆନ୍ତି ଟ୍ରେନ୍‌ ଆସିବା ଯାଏ। ଶେଷରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଆସି ସେମାନଙ୍କୁ ଧକ୍କାଦେଲା। ଏଥିରେ ୫ ଜଣ ଯାକ ପ୍ରାଣ ହରାଇଛନ୍ତି। ହରିୟାଣାର ଫରିଦାବାଦସ୍ଥିତ ବଲ୍ଲଭଗଡ଼ରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି।

୪ ପୁଅଙ୍କୁ ଧରି ରେଳ ଲାଇନ୍‌ ଉପରେ ଆମତ୍ହତ୍ୟା କରିଥିବା ବ୍ୟକ୍ତି ମନୋଜ ମେହତୋ ଏବଂ ତାଙ୍କ ଘର ବିହାର ବୋଲି ମୃତଦେହ ନିକଟରୁ ମିଳିଥିବା ତାଙ୍କ ଆଧାର କାର୍ଡରୁ ପୋଲିସ ଜାଣିବାକୁ ପାଇଛି। ୩୬ ବର୍ଷୀୟ ଦିନ ମଜୁରିଆ ମନୋଜଙ୍କ ପକେଟରେ ଏକ କାଗଜ ଚିଠା ରହିଥିଲା। ସେଥିରେ ତାଙ୍କ ସ୍ତ୍ରୀ ପ୍ରିୟାଙ୍କ ମୋବାଇଲ ନମ୍ବର ଲେଖାହୋଇଥିଲା। ପିଲାମାନଙ୍କ ବୟସ ୩ ରୁ ୯ ବର୍ଷ ମଧ୍ୟରେ ହେବ। ମନୋଜ ପୁଅମାନଙ୍କୁ ନିକଟସ୍ଥ ଏକ ପାର୍କକୁ ଖେଳାଇ ନେବାକୁ କହି ମଧ୍ୟାହ୍ନ ୧୨ଟା ୧୫ରେ ସୁଭାଷ କଲୋନିସ୍ଥିତ ଘରୁ ବାହାରିଥିଲେ। କିନ୍ତୁ ପାର୍କକୁ ବୁଲାଇ ନେବା ପରିବର୍ତ୍ତେ ଏଲ୍‌ସନ୍‌ ଛକ ଫ୍ଲାଏଓଭର ତଳକୁ ନେଇ ଯାଇଥିଲେ। ସେମାନଙ୍କ ହାତକୁ ଜୋର୍‌ରେ ଜାବୁଡ଼ି ଧରି ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଟ୍ରାକ୍‌ ଉପରେ ଗୋଲ୍ଡେନ୍‌ ଟେମ୍ପଲ ଏକ୍ସପ୍ରେସ୍‌ ଆସିବା ଯାଏ ସେଠାରେ ରହିଥିଲେ। ଏପରି କି ସେ ପିଲାଙ୍କ ପାଇଁ ଚିପ୍ସ ଓ ସଫ୍ଠ ଡ୍ରିଙ୍କ୍ସ ମଧ୍ୟ କିଣିଦେଇଥିଲେ। ୪ ପୁଅ ଛାଡ଼ିଦେବାକୁ ବାପା ଆଗରେ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ମୁମ୍ବାଇରୁ ଆସୁଥିବା ଏହି ଟ୍ରେନ୍‌ ଚକ ତଳେ ମଙ୍ଗଳବାର ଅପରାହ୍ନ ୧ଟା ୧୦ରେ ୫ ଜଣଙ୍କ ଜୀବନ ଚାଲିଗଲା। ମନୋଜ ନିଜେ ଆମତ୍ହତ୍ୟା କରି ୪ ପିଲାଙ୍କୁ ମରଣ ମୁହଁକୁ କାହିଁକି ଠେଲିଦେଲେ ସେନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri