Posted inଜାତୀୟ

ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍‌ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ

ଗୁରୁଗ୍ରାମ,୧୨ା୬: ଜଣେ ଶ୍ରମିକଙ୍କ ହାତରେ ଚିପ୍ସ ଓ କୋଲା ଥାଏ। ସେ ନିଜ ୪ ପୁଅଙ୍କୁ ରେଳ ଟ୍ରାକ୍‌ରେ ଧରି ଯାଉଥାଆନ୍ତି ଟ୍ରେନ୍‌ ଆସିବା ଯାଏ। ଶେଷରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଆସି ସେମାନଙ୍କୁ ଧକ୍କାଦେଲା। ଏଥିରେ ୫ ଜଣ ଯାକ ପ୍ରାଣ ହରାଇଛନ୍ତି। ହରିୟାଣାର ଫରିଦାବାଦସ୍ଥିତ ବଲ୍ଲଭଗଡ଼ରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି।

୪ ପୁଅଙ୍କୁ ଧରି ରେଳ ଲାଇନ୍‌ ଉପରେ ଆମତ୍ହତ୍ୟା କରିଥିବା ବ୍ୟକ୍ତି ମନୋଜ ମେହତୋ ଏବଂ ତାଙ୍କ ଘର ବିହାର ବୋଲି ମୃତଦେହ ନିକଟରୁ ମିଳିଥିବା ତାଙ୍କ ଆଧାର କାର୍ଡରୁ ପୋଲିସ ଜାଣିବାକୁ ପାଇଛି। ୩୬ ବର୍ଷୀୟ ଦିନ ମଜୁରିଆ ମନୋଜଙ୍କ ପକେଟରେ ଏକ କାଗଜ ଚିଠା ରହିଥିଲା। ସେଥିରେ ତାଙ୍କ ସ୍ତ୍ରୀ ପ୍ରିୟାଙ୍କ ମୋବାଇଲ ନମ୍ବର ଲେଖାହୋଇଥିଲା। ପିଲାମାନଙ୍କ ବୟସ ୩ ରୁ ୯ ବର୍ଷ ମଧ୍ୟରେ ହେବ। ମନୋଜ ପୁଅମାନଙ୍କୁ ନିକଟସ୍ଥ ଏକ ପାର୍କକୁ ଖେଳାଇ ନେବାକୁ କହି ମଧ୍ୟାହ୍ନ ୧୨ଟା ୧୫ରେ ସୁଭାଷ କଲୋନିସ୍ଥିତ ଘରୁ ବାହାରିଥିଲେ। କିନ୍ତୁ ପାର୍କକୁ ବୁଲାଇ ନେବା ପରିବର୍ତ୍ତେ ଏଲ୍‌ସନ୍‌ ଛକ ଫ୍ଲାଏଓଭର ତଳକୁ ନେଇ ଯାଇଥିଲେ। ସେମାନଙ୍କ ହାତକୁ ଜୋର୍‌ରେ ଜାବୁଡ଼ି ଧରି ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଟ୍ରାକ୍‌ ଉପରେ ଗୋଲ୍ଡେନ୍‌ ଟେମ୍ପଲ ଏକ୍ସପ୍ରେସ୍‌ ଆସିବା ଯାଏ ସେଠାରେ ରହିଥିଲେ। ଏପରି କି ସେ ପିଲାଙ୍କ ପାଇଁ ଚିପ୍ସ ଓ ସଫ୍ଠ ଡ୍ରିଙ୍କ୍ସ ମଧ୍ୟ କିଣିଦେଇଥିଲେ। ୪ ପୁଅ ଛାଡ଼ିଦେବାକୁ ବାପା ଆଗରେ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ମୁମ୍ବାଇରୁ ଆସୁଥିବା ଏହି ଟ୍ରେନ୍‌ ଚକ ତଳେ ମଙ୍ଗଳବାର ଅପରାହ୍ନ ୧ଟା ୧୦ରେ ୫ ଜଣଙ୍କ ଜୀବନ ଚାଲିଗଲା। ମନୋଜ ନିଜେ ଆମତ୍ହତ୍ୟା କରି ୪ ପିଲାଙ୍କୁ ମରଣ ମୁହଁକୁ କାହିଁକି ଠେଲିଦେଲେ ସେନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri