୪୫ ଲକ୍ଷ ଟଙ୍କାର ବାଣ ଜବତ

ଆସିକା,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ପୋଲିସ ଗୁରୁବାର ଚଢ଼ାଉ କରିଥିଲା । ପୋଲିସ ସେଠାରୁ ବିଭିନ୍ନ ପ୍ରକାରର ପ୍ରାୟ ୪୫ ଲକ୍ଷ ଟଙ୍କାର ବାଣ ସହ ଏକ ପିକ୍‌ଅପ ଭ୍ୟାନ ଜବତ କରିଛି। ବାଣ କିଣି ଆଣିବାକୁ ଯାଇଥିବା ଜଣଙ୍କୁ ପୋଲିସ ଗିରଫ କରଛି। ସେ ହେଲେ କଟକ ଜିଲା ତିଗିରିଆର ହୃଦାନନ୍ଦ ନାୟକ।

ପୋଲିସ ନଳବଣ୍ଟା ଗ୍ରାମର ବିଭିନ୍ନ ସାହିରେ ଚାଲିଥିବା ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଛୋଟବଡ ବାଣ ପ୍ରସ୍ତୁତି କାରଖାନା ଉପରେ ଚଢାଉ କରାଯାଇଛି। ପିକ୍‌ଅପରେ ଏଠାରୁ ବାଣ ଅନ୍ୟତ୍ର ଯିବା ଲାଗି ବୋଝେଇ ହେଉଥିଲା ବେଳେ ୧୦ରୁ ଉର୍ଦ୍ଧ୍ୱ ବାଣ କାରଖାନା ମାଲିକ ଫେରାର ହୋଇଯାଇଛନ୍ତି। ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ ଅଧିକାରୀଙ୍କ ସହ ୨ ପ୍ଲାଟୁନ ସଶସ୍ତ୍ର ପୋଲିସ ସାମିଲ ଥିଲେ। ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିଲେ।

ଗଞ୍ଜାମ ଜିଲାର ଶିବକାଶୀ କୁହାଯାଉଥିବା ନଳବଣ୍ଟା ଗ୍ରାମରେ କେଉଁ ଆବହନମାନ କାଳରୁ ବାଣ ପ୍ରସ୍ତୁତି ଚାଲିଆସୁଛି । ବ୍ୟବସାୟ ଉଦ୍ଦେଶ୍ୟରେ ଗ୍ରାମର କେତେଜଣ ବ୍ୟକ୍ତି ଏହି କାରବାର ଚଳାଉଥିବା ବେଳେ ବିପଦପୂର୍ଣ୍ଣ କାର୍ଯ୍ୟରେ ବହୁ ପରିବାରର ଛୋଟ ବଡ ସଦସ୍ୟ ନିୟୋଜିତ ହେଉଛନ୍ତି। ଉଚ୍ଚ ଶବ୍ଦ ହେଉଥିବା ବାଣ ଲାଗି ନଳବଣ୍ଟାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ବର୍ଷତମାମ ଜିଲା ତଥା ଜିଲା ବାହାରକୁ ଏଠାରୁ ରୀତିମତ ବାଣ ଚାଲାଣ ହେଉଛି। ବାଣ ପ୍ରସ୍ତୁତି ବେଳେ ଏହି ଗ୍ରାମରେ ବିସ୍ପୋରଣ ଘଟି ପୂର୍ବରୁ ବହୁ ଧନଜୀବନ ହାନି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri