୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି ସମୟରେ ଦୁଇଟି ପୃଥକ୍ ଘଟଣାରେ ମୋଟ ୪୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ପ୍ରଥମ ଘଟଣାରେ ଏକ ଟିଭିଏସ୍ ଆପାଚି ମୋଟରସାଇକେଲ (ଓଡି–୦୭–ଭି–୯୨୯୯)ରୁ ୨୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ଅଡବା ଥାନାରେ ମାମଲା ନଂ–୧୫୫/୨୬ ରୁଜୁ କରାଯାଇଛି।

ସେହିପରି ଦ୍ୱିତୀୟ ଘଟଣାରେ ଏକ ମୋଟରସାଇକେଲ (ଓଡି–୦୭–ଏବି–୨୮୬୮)ରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ମାମଲା ନଂ–୧୫୬/୨୬ ରୁଜୁ କରାଯାଇଛି। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ କମଳ ମାଝୀ (୩୫), ବସନ୍ତ ମାଝୀ (୨୮) ଏବଂ ପାଉସ୍ତିନ ମଲ୍ଲିକ (୩୫)ଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ମୋଟରସାଇକେଲ ଓ ଦୁଇଟି  ମୋବାଇଲ  ଜବତ କରାଯାଇଛି।

ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜବତ ଗଞ୍ଜେଇର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଡବା ଥାନା ଅଧିକାରୀ ସନ୍ତୋଷ କୁମାର ବିଶୋୟୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share