Categories: ଫୁରସତ

୪୪୬ ବର୍ଷ ପୁରାତନ ଅଯୋଧ୍ୟା କାଣ୍ଡ ଏବେ ବି ସୁରକ୍ଷିତ

ଲକ୍ଷ୍ନୌ, ୨୭।୭: ସୋମବାର ସନ୍ଥ ତୁଳସୀଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ସେ ୧୫୫୪ ଜୁଲାଇ ୨୭ରେ ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲାର ରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ୪୪୬ ବର୍ଷ ତଳେ ତାଙ୍କ ଦ୍ୱାରା ରଚିତ ଅଯୋଧ୍ୟାକାଣ୍ଡ ଏବେ ବି ସୁରକ୍ଷିତ ରହିଛି। ଗଁାରେ ଶ୍ରୀରାମଚରିତ ମାନସ ମନ୍ଦିର ରହିଛି। ଏଠାରେ ତୁଳସୀଦାସ ୭୬ ବର୍ଷ ବୟସରେ ୧୬୩୧ରେ ଭୋଜପତ୍ର ବଦଳରେ କାଗଜରେ ଶ୍ରୀରାମଚରିତ ମାନସ ରଚନା କରିଥିଲେ। ଏହାର ରଚନା ପାଇଁ ୨ବର୍ଷ ୭ ମାସ ୨୬ ଦିନ ସମୟ ଲାଗିଥିଲା। ୧୬୩୩ରେ ଏହାର ରଚନା ଶେଷ ହୋଇଥିଲା। ପାଣ୍ଡୁଲିପିର ଅନ୍ୟ ଅଂଶ ନଈ ବଢ଼ିରେ ପାଣିରେ ବୁଡ଼ି କିଛି ପରିମାଣରେ ନଷ୍ଟ ହୋଇଯାଇଥିବା ବେଳେ ଅଯୋଧ୍ୟା କାଣ୍ଡ ଏବେ ମଧ୍ୟ ସୁରକ୍ଷିତ ରହିଛି। ୧୬୮୦ରେ ୧୨୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏଠାରେ କୌଣସି ଉତ୍ସବ ଅନୁଷ୍ଠିତ ହେବନାହିଁ ବୋଲି ମାନସ ମନ୍ଦିରର ମୁଖ୍ୟ ପଣ୍ଡିତ ରାମାଶ୍ରୟ ତ୍ରିପାଠୀ ସୂଚନା ଦେଇଛନ୍ତି। ୧୫୮୫ରେ ତୁଳସୀଦାସଙ୍କ ଦ୍ୱାରା ପ୍ରଭାବିତ ହୋଇ ତତ୍‌କାଳୀନ ମୋଗଲ ରାଜା ଆକବର ଯମୁନା ନଦୀ କୂଳରେ ୯୬ ବିଘା ଜମି ଯୋଗାଇ ଦେଇଥିଲେ।

Share