୪୪ ଟିକସ ଆଦାୟ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୧।୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ପଦୋନ୍ନତି ଦେଇଛନ୍ତି। ଏଣିକି ସେମାନେ ରାଜସ୍ବ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପଦୋନ୍ନତି ସହିତ ବେତନରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପଦୋନ୍ନତି ଦିଆଯାଇଛି । ଏହାଦ୍ୱାରା ପୌରାଞ୍ଚଳରେ ରାଜସ୍ବ ଆଦାୟ ବୃଦ୍ଧି ପାଇବା ସହ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବଢ଼ିବ ବୋଲି ଆଶା କରାଯାଉଛି।