ଆଜି ବୌଦ୍ଧରେ ୪୪.୫ ଡିଗ୍ରୀ

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ପାରଦ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଛି। ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳଥିବା ସୂଚନା ମୁତାବକ ରାଜ୍ୟର ୧୮ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ୬ଟି ସ୍ଥାନରେ ୪୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ମଙ୍ଗଳବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୪୩.୫, ଝାରସୁଗୁଡ଼ା ୪୩, ବଲାଙ୍ଗୀର ୪୩, ସୁନ୍ଦରଗଡ଼ ୪୩ ଏବଂ ଅନୁଗୋଳରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୨.୫, ହୀରାକୁଦ ୪୧.୪, ଭବାନୀପାଟଣା ୪୧, ଫୁଲବାଣୀ ୪୨.୪, ଟିଟିଲାଗଡ଼ ୪୧.୮, ମାଲକାନଗିରି ୪୦, ନୟାଗଡ଼ ୪୧, ଯାଜପୁର ୪୧, ବରଗଡ ୪୦.୪, ଦେବଗଡ଼ ୪୨.୫,ନୂଆପଡ଼ାରେ ୪୦, ଭୁବନେଶ୍ୱରରେ ୩୯, ପୁରୀରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।