Categories: ଜାତୀୟ

ଏକ୍ସବିବି ୧.୧୬.୧ ଭାରିଆଣ୍ଟରେ ୪୩୬ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ମ୍ୟୁଟେଟେଡ୍‌ ସବ୍‌ ଭାରିଆଣ୍ଟ ଏକ୍ସବିବି ୧.୧୬.୧ ଭୂତାଣୁ ଦ୍ୱାରା ୪୩୬ ଜଣ ଆକ୍ରାନ୍ତ ହୋଇଥିବା ଭାରତୀୟ ସାର୍ସକୋଭ୍‌-୨ ଜେନୋମିକ୍ସ କୋନ୍‌ସୋର୍ଟିଅମ୍‌ (ଆଇଏନ୍‌ଏସ୍‌ଏସିଓଜି) କହିଛି। ଦେଶରେ ପ୍ରଥମ କରି ଜାନୁୟାରୀରେ ଓମିକ୍ରନ୍‌ର ମ୍ୟୁଟେଟେଡ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୯,୧୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ମାମଲା ୬୦,୩୧୩ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୨୭ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତର ପ୍ରଦେଶରେ ୪, ଦିଲ୍ଲୀ, ରାଜସ୍ଥାନରୁ ୩ ଜଣ ଲେଖାଏ, ମହାରାଷ୍ଟ୍ରରୁ ୨ ଏବଂ ବିହାର, ଝାଡ଼ଖଣ୍ଡ, ଛତିଶଗଡ, ହିମାଚଳ ପ୍ରଦେଶ କେରଳ, ତାମିଲାଡ଼ୁରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

Share