ଆସିଛନ୍ତି ୮୭ ପ୍ରଜାତିର ୪୩,୩୮୧ ପକ୍ଷୀ

ସୋନପୁର,୬।୨(ନି.ପ୍ର.):ସୁବର୍ଣ୍ଣପୁର ଜିଲାରେ ପକ୍ଷୀ ଗଣନା ସରିଛି। ଜିଲାର ମହାନଦୀ, ତେଲନଦୀ, ହରିହରଯୋର ଡ୍ୟାମ୍‌ ଓ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ୧୦ଟି ଟିମ୍‌ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା। ଚଳିତ ବର୍ଷ ମୋଟ ୮୭ ପ୍ରଜାତିର ୪୩ହଜାର ୩୮୧ ପକ୍ଷୀ ଆସିଛନ୍ତି। ସେଥିମଧ୍ୟରୁ ୩୫ ପ୍ରଜାତିର ବିଦେଶାଗତ ପକ୍ଷୀ ଓ ୫୨ ପ୍ରଜାତିର ଦେଶୀ ପକ୍ଷୀ ଥିବା ଜଣାପଡିଛି। ନଭେମ୍ବର ମାସରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ଶୀତ ବଢିବା ସହିତ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ମହାନଦୀ ଓ ତେଲ ନଦୀର ତଟବର୍ତ୍ତୀ ଅଞ୍ଚଳରେ, ନଦୀ ଭିତରେ ଥିବା ବିଭିନ୍ନ ଟାପୁ ଓ ପଥରରେ ଦେଖା ଯାଇଥିଲେ ଜାତି ଜାତିକା ବିଦେଶାଗତ ପକ୍ଷୀ। ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗ ପକ୍ଷୀଙ୍କ କଳରବ ମହାନଦୀର ଶୋଭା ବୃଦ୍ଧି କରିଥିଲା। ସାତଦରିଆ ତେର ନଈ ପାର ହୋଇ ସୁଦୂର ପୂର୍ବ ୟୁରୋପ, ସାଇବେରିଆ, ଆମେରିକା, ମଙ୍ଗୋଲିଆ ଓ ଋଷ ଆଦି ସ୍ଥାନରୁ ପକ୍ଷୀମାନେ ଉଡି ଆସି ସୁବର୍ଣ୍ଣପୁରର ମହାନଦୀକୁ ଅତି ନିଜର କରି ନେଉଛନ୍ତି। ଚଳିତବର୍ଷ ମଧ୍ୟ ସୁବର୍ଣ୍ଣପୁର ସହର ଉପକଣ୍ଠ ମହାନଦୀର ଜଳରାଶିରେ ବିରଳ ପକ୍ଷୀ କମନ ମରଗାନସର ଠାବ ହୋଇଥିଲା। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପିଆନରେ ପ୍ରାୟତଃ ଦେଖାଯାଆନ୍ତି। ଏମାନେ ପ୍ରାୟ ୧୨ ରୁ ୧୩ ହଜାର କି.ମି. ଯାତ୍ରା କରିଥାନ୍ତି। ଭାରତରେ କେବଳ ଉତ୍ତର ପଶ୍ଚିମବଙ୍ଗର ଗଜଲଡବାସ୍ଥିତ ତିସ୍ତା ବ୍ୟାରେଜ୍‌ ଓ ଲଦାଖରେ ଏହି ପକ୍ଷୀ ଦେଖିବାକୁ ମିଳିଥାନ୍ତି। ତେଣୁ ସୋନପୁରରେ କମନ୍‌ ମରଗାନସର ପକ୍ଷୀର ଉପସ୍ଥିତି ଓଡିଶାର ପକ୍ଷୀପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ସେହିପରି ମଙ୍ଗୋଲିଆ ଅଞ୍ଚଳରୁ ଏଠାକୁ ଆସିଥିବା ପକ୍ଷୀ ବ୍ଲାକ ଷ୍ଟର୍କ, ବିଦେଶାଗତ ପକ୍ଷୀ ବ୍ଲାକ ବେଲିଡ ଟର୍ଣ୍ଣ, ଲିଟିଲ ଗ୍ରେବ୍‌, ଗ୍ରେଟ୍‌ କ୍ରେଷ୍ଟଡ୍‌ ଗ୍ରେବ୍‌, ପେଣ୍ଟେଡ ଷ୍ଟର୍କ, ଉଲି ନେକେଡ୍‌, ଗ୍ରେଲାଗ ଗୁସ, ବାର ହେଡେଡ୍‌ ଗୁସ, ନର୍ଦ୍ଦନ ପେଣ୍ଟେଲ, ରେଡ କ୍ରେଷ୍ଟେଡ ପୋଚାର୍ଡ, କମନ ପୋଚାର୍ଡ, ଟଫ୍ଟେଡ ଡକ୍‌, ସ୍ମଲ ପ୍ରାଟିନକୋଲା ଓ ପେଣ୍ଟେଡ ସ୍ନାଇପ ଆଦି ଚିହ୍ନଟ ହୋଇଛନ୍ତି। ଅନୁକୂଳ ପରିବେଶ ଏବଂ ଜୀବନ ଶୈଳୀରେ କୌଣସି ବ୍ୟାଘାତ ହେଉ ନ ଥିବାରୁ ପ୍ରତିବର୍ଷ ମହାନଦୀକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢିବାରେ ଲାଗିଛି। ବନ ବିଭାଗର କହିବା ଅନୁସାରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀକୁ ପ୍ରତ୍ୟେକ ବର୍ଷ ନୂଆ ନୂଆ ପ୍ରଜାତିର ପକ୍ଷୀ ଆସୁଥିବାରୁ ସୁବର୍ଣ୍ଣପୁରକୁ ଦେଶ ବିଦେଶର ପକ୍ଷୀ ଗବେଷକମାନଙ୍କ ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri