ଜୁନ୍‌ ସୁଦ୍ଧା ୪୩୩ ନୂଆ ଆର୍‌ଆଇ ଅଫିସ୍‌

ଭୁବନେଶ୍ବର, ୧୭ା୮(ବ୍ୟୁରୋ): ୨୦୧୯ ଜୁଲାଇରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ‘୫-ଟି’ରେ ଅନ୍ତର୍ଭୁକ୍ତ ହୋଇଥିଲା। ଏହାପରେ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସେବା ପ୍ରଦାନରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ରାଜ୍ୟରେ ୪୩୩ ନୂତନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ସୃଷ୍ଟି ହୋଇଛି। ତଦନୁଯାୟୀ କାର୍ଯ୍ୟାଳୟ ନିର୍ମାଣ ଚାଲିଛି। ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଦାଖଲ ଖାରଜ ମାମଲାରେ ମାସାଧିକ ସମୟ ଲାଗୁଥିବାବେଳେ ଏବେ ଏହା ମାତ୍ର ୭ ଦିନ ମଧ୍ୟରେ ହୋଇପାରୁଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ‘୫-ଟି’ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ। ୫-ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ପ୍ରଦୀପ ଜେନା, ରାଜସ୍ବ ଏବଂ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ବିଭାଗ ନିମନ୍ତେ ଅନୁମୋଦିତ ୫-ଟି ଚାର୍ଟର କାର୍ଯ୍ୟ ସାରଣୀରେ ଥିବା କାର୍ଯ୍ୟର ବିବରଣୀ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ କହିଲେ, ଜମି ନିବନ୍ଧନର ମାତ୍ର କେଇଘଣ୍ଟା ମଧ୍ୟରେ ମାମଲାର ଫଇସଲା ହୋଇଯାଉଛି। କେତେକ ସ୍ଥାନରେ ଲୋକଙ୍କୁ ତ୍ୱରିତ ପଟ୍ଟା ପ୍ରଦାନ କରାଯାଉଛି। ତହସିଲ ଅଫିସ୍‌କୁ ନ ଆସି ହିତାଧିକାରୀ ଅନ୍‌ଲାଇନ୍‌ରେ ଦାଖଲ ଖାରଜ, ଘରବାଡ଼ି ଓ ଜମିର ଆପୋସ ଭାଗବଣ୍ଟା ପାଇଁ ଆବେଦନ କରିପାରୁଛନ୍ତି। ପୂର୍ବରୁ ଘରବାଡ଼ି ପଟ୍ଟା ପାଇଁ ପ୍ରାୟ ୩୦୦ ଦିନ ଲାଗୁଥିଲା। ଏବେ ୯୨% ମାମଲାର ତ୍ୱରିତ ସମାଧାନ ହୋଇପାରୁଛି। ରାଜ୍ୟ ସରକାର ଜାତିଗତ, ବିବିଧ ପ୍ରମାଣପତ୍ରକୁ ଦେୟମୁକ୍ତ କରିଛନ୍ତି। ଯେ କୌଣସି ସ୍ଥାନରୁ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ ମାଧ୍ୟମରେ ଏଥିଲାଗି ଆବେଦନ କରାଯାଇପାରୁଛି। ଜାନୁଆରୀ ୨୦୨୦ ପରଠାରୁ ଅଦ୍ୟାବଧି ଏହି ପୋର୍ଟାଲ ମାଧ୍ୟମରେ ୧.୧୨ କୋଟିରୁ ଊର୍ଦ୍ଧ୍ୱ ସାର୍ଟିଫିକେଟ ବଣ୍ଟା ସରିଛି। ଜମି କିଣାବିକା ଦଲିଲ ପୂର୍ବରୁ ୩ ଦିନ ମଧ୍ୟରେ ଦିଆଯାଉଥିବାବେଳେ ଏବେ ଏହା ଦିନକରେ ହୋଇପାରୁଛି। ପାର୍ଟନରଶିପ ଫର୍ମ ପଞ୍ଜୀକରଣ ପାଇଁ ୪୫ ଦିନ ଲାଗୁଥିଲାବେଳେ ଏବେ ମାତ୍ର ୯ ଦିନରେ ହୋଇପାରୁଛି। ଇ-ପାଉତି ପୋର୍ଟାଲ ମାଧ୍ୟମରେ ପାଖାପାଖି ୨୦ ଲକ୍ଷ ଖାତାରେ ଲୋକେ ଅନଲାଇନ ଖଜଣା ପୈଠ କରୁଛନ୍ତି।
ଅପରପକ୍ଷେ ଗତ ଜାନୁୟାରୀରୁ ରେଲଓ୍ବେ, ଜାତୀୟ ରାଜପଥ, ଜଳସେଚନ, ବିଭିନ୍ନ ମେଗା ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ବୈଠକ ପ୍ରତି ମାସରେ ହେଉଛି। ୫୯ ଗ୍ରାମରେ ୭୫୧ ଏକର ଜମି ବିଭିନ୍ନ ଜଳସେଚନ ପ୍ରକଳ୍ପ ଲାଗି ହସ୍ତାନ୍ତର କରାଯାଇଛି। ୨୬ ଗ୍ରାମରେ ୪୫୦ ଏକର ଜମି ଅଧିଗ୍ରହଣ କରାଯାଇ ରେଲୱେକୁ ପ୍ରଦାନ କରାଯାଇଛି। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର, ଅନୁଗୋଳ-ସୁକିନ୍ଦା, ବୁଢ଼ାପଙ୍କ-ସାଲେଗାଓଁ ଏବଂ ଜୟପୁର-ମାଲକାନଗିରି ଆଦି ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୧୦,୦୦୦ ପଟ୍ଟା ଦିଆଯାଇଛି। ଜଳ ଜୀବନ ମିଶନ, ୫୫ ସ୍ଥାନରେ ବସ୍‌ଷ୍ଟାଣ୍ଡ, ୧୮,୩୭୩ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଆବଶ୍ୟକ ଜମି ପ୍ରଦାନ କରାଯାଇଛି। ସୁବର୍ଣ୍ଣରେଖା, ଧାମରା ବନ୍ଦର ନିମନ୍ତେ ଯଥାକ୍ରମେ ୪୧୩ ଏବଂ ୫୯୮ ଏକର, ଜୟପୁର ଓ ମାଲକାନଗିରି ଏୟାରଷ୍ଟ୍ରିପ୍‌ ନିମନ୍ତେ ଯଥାକ୍ରମେ ୧୮ ଏବଂ ୭୩ ଏକର, ପାଇକ ସ୍ମାରକୀ ନିମନ୍ତେ ୯ ଏକର ଜମି ପ୍ରଦାନ କରାଯାଇଛି। ଦେବଗଡ଼ ଜିଲାରେ ହାଇ-ଟେକ୍‌ ସର୍ଭେ ସମ୍ପୂର୍ଣ ହୋଇଛି। ପାଖାପାଖି ୩୦୦ ଗ୍ରାମରେ ୟୁନିକ୍‌ ଲାଣ୍ଡ ପାର୍ସଲ ଆଇଡିଏଣ୍ଟିଫିକେଶନ୍‌ ନମ୍ବର (ୟୁଏଲ୍‌ପିଆଇଏନ୍‌) ସୃଷ୍ଟି କରାଯାଇଛି। ଯାଜପୁର, କଳାହାଣ୍ଡି, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲାର ୨୩୪ ଗ୍ରାମରେ ସର୍ଭେ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri