୪୩ ବର୍ଷରେ ଏହି ଅଭିନେତା କଲେ ଦ୍ୱିତୀୟ ବିବାହ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଅଭିନେତା ରୁଷଦ ରାଣା। ଦୀର୍ଘଦିନର ପ୍ରେମିକା କେତକୀ ଓ୍ବାଲାଓ୍ବାଲକରଙ୍କ ହାତ ଧରିଛନ୍ତି ସେ। ବୁଧବାର ମରାଠୀ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଉଭୟଙ୍କ ବିବାହରେ ଟେଲିଭିଜନଜଗତର ଅନେକ ଜଣାଶୁଣା କଳାକାର ସାମିଲ ହୋଇଥିଲେ। ବିଶେଷକରି ଅନୁପମା ଧାରାବାହିକର ସମସ୍ତ କଳାକାର ବିବାହର ଶୋଭା ବଢ଼ାଇଥିଲେ।

୪୩ ବର୍ଷୀୟ ରୁଷଦ ପାର୍ସି ହୋଇଥିବା ବେଳେ କେତକୀ ମହାରାଷ୍ଟ୍ରର। ଅପରପକ୍ଷେ ରୁଷଦଙ୍କ ଏହା ଦ୍ୱିତୀୟ ବିବାହ। ସେ ୨୦୧୦ରେ ପ୍ରଥମ ବିବାହ କରିଥିଲେ। ହେଲେ ଏହି ବିବାହ ବେଶିଦିନ ଚାଲି ନ ଥିଲା। ୨୦୧୩ରେ ସେ ଛାଡ଼ପତ୍ର ନେଇଥିଲେ। ଏହାପରେ ରୁଷଦଙ୍କ ଜୀବନକୁ ଆସିଥିଲେ କେତକୀ। ସେ ‘ଅନୁପମା’ର କ୍ରିଏଟିଭ୍‌ ନିର୍ଦ୍ଦେଶକ ଅଛନ୍ତି। ରୁଷଦ ତାଙ୍କୁ ଏହି ଧାରାବାହିକ ସେଟ୍‌ରେ ଭେଟିିଥିଲେ। ପ୍ରଥମେ ବନ୍ଧୁ ଏବଂ ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ଏବେ ସେମାନେ ସମ୍ପର୍କକୁ ଆଉ ପାଦେ ଆଗକୁ ନେଇଛନ୍ତି।

Share