୪୩ କ୍ୱିଣ୍ଟାଲ କୋଇଲା ଜବତ: ୪ ଗିରଫ

ଭଦ୍ରକ ଅଫିସ,୧୮।୫: ଭଦ୍ରକ ଜିଲା ନାୟାକାଣିଡ଼ିହି ପୋଲିସ ଗୁରୁବାର ୪୩ କ୍ୱିଣ୍ଟାଲ କୋଇଲା ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପିକ୍‌ଅପ ଭ୍ୟାନ, ୮ ଟି ବାଇକ, ୫ ଟି ମୋବାଇଲ ପୋଲିସ ଜବତ କରିଛି । ପିକ୍‌ଅପ ଭ୍ୟାନରେ କୋଇଲା ଚୋରା ଚାଲାଣ ବେଳେ ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ଧରିଥିଲା । ନାୟିକାଣିଡ଼ିହିର ୩ ଜଣ ଓ ତିହିଡି ଅଞ୍ଚଳର ଜଣେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ମାମଲା (ନମ୍ବର -୧୧୦/୨୩) ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।