Posted inଜାତୀୟ

୭ ରାଜ୍ୟରେ ୪୩ ପୋଲ: ସୀମାରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୨୪।୯: ଏଲ୍‌ଏସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ପୋଲଗୁଡ଼ିକ ସୀମାବର୍ତ୍ତୀ ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର, ଅରୁଣାଚଳପ୍ରଦେଶ, ସିକିମ୍‌, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଆଦି ୭ଟି ରାଜ୍ୟରେ ରହିଛି। ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ହେଉଥିବାବେଳେ ଏହି ପୋଲଗୁଡ଼ିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜମ୍ମୁ-କଶ୍ମୀରରେ ସର୍ବାଧିକ ୧୦ଟି ପୋଲ ରହିଛି। ସେହିପରି ଉତ୍ତରାଖଣ୍ଡରେ ୮, ଅରୁଣାଚଳ ପ୍ରଦେଶରେ ୮, ଲଦାଖରେ ୭ ପୋଲ ରହିଛି। ସିକିମ୍‌ରେ ୪ ଏବଂ ପଞ୍ଜାବରେ ୪ଟି ପୋଲ ରହିଥିବା ବେଳେ ହିମାଚଳ ପ୍ରଦେଶରେ ୨ଟି ପୋଲ ରହିଛି। ପୋଲଗୁଡ଼ିକର ନିର୍ମାଣ ସୀମା ସଡ଼କ ସଂଗଠନ(ବିଆର୍‌ଓ) ପକ୍ଷରୁ କରାଯାଇଛି। ପୋଲଗୁଡ଼ିକ ମଧ୍ୟରୁ ୨୨ ପୋଲ ସିଧାସଳଖ ଚାଇନା ସୀମାକୁ ସଂଯୋଗ କରୁଛି। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଏହି ପୋଲଗୁଡ଼ିକର ଲୋକାର୍ପଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଗୁରୁବାର କରାଯିବାର ଯୋଜନା ଥିଲା। ତେବେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କ ଅକାଳ ବିୟୋଗ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri