ଇ- ଡେଟିଂ କରୁଥିଲେ

ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଯୁଗରେ ସବୁକିଛି ହେଉଛି ଅନ୍‌ଲାଇନ୍‌ରେ, ଯେଉଁଥିରୁ ବାଦ୍‌ପଡ଼ିନି ବନ୍ଧୁତା ଆଉ ପ୍ରେମ। ତେବେ ଏମିତିରେ ଦିନକୁଦିନ ବିଭିନ୍ନ ଇ- ଡେଟିଂ ସାଇଟ୍‌ର ମଧ୍ୟ ଚାହିଦା ବଢ଼ୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ବି ବନ୍ଧୁତା କରିବା ଏବଂ ପରସ୍ପରକୁ ଦେଖାକରିବା ଲାଗି ଏଭଳି ସାଇଟ୍‌ ବ୍ୟବହାର କରୁଛନ୍ତି, ତେବେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଆଦୌ ଭୁଲନ୍ତୁ ନାହିଁ…
କୌଣସି ଡେଟିଂ ସାଇଟ୍‌ରେ ପ୍ରୋଫାଇଲ୍‌ କ୍ରିଏଟ୍‌ କରିବା ପୂର୍ବରୁ ତାହା ରେଜିଷ୍ଟର୍ଡ ସାଇଟ୍‌ କି ନୁହେଁ ଜାଣନ୍ତୁ। ଏକାଧିକ ଏଭଳି ସାଇଟ୍‌ରେ ନିଜର ସମସ୍ତ ତଥ୍ୟ ଦେବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ପ୍ରାଇଭେସି ମେଣ୍ଟେନ୍‌ କରନ୍ତୁ।
ଏଭଳି ସାଇଟ୍‌ରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିବା ସମୟରେ ତାହା ଫେକ୍‌ ନା ବାସ୍ତବ ଜାଣିବାକୁ ଚେଷ୍ଟା କରନ୍ତୁ। ତାହା ଲୋକାଲ କିମ୍ବା ଗ୍ଲୋବାଲ ପ୍ରଥମେ ଜାଣନ୍ତୁ। କାରଣ କେହି କେହି ଅନ୍ୟର ଭାବନା ସହିତ ଖେଳିବାର ମଜା ନେବା ଲାଗି ଫେକ୍‌ ପ୍ରୋଫାଇଲ୍‌ ପ୍ରସ୍ତୁତ କରିଥାନ୍ତି ଏବଂ ଡେଟିଂ ବାହାନାରେ ଡାକି ବିଭିନ୍ନ ଅପରାଧ ଘଟାଇଥା’ନ୍ତି।
ଯଦି ଆପଣଙ୍କ ଅନ୍‌ଲାଇନ୍‌ ବନ୍ଧୁ କମ୍‌ ଦିନ ମଧ୍ୟରେ ଅଧିକ ନିବିଡ଼ ହେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଆପଣଙ୍କ ଫଟୋର ଆବଶ୍ୟକତାରୁ ଅଧିକ ପ୍ରଶଂସା କରୁଛନ୍ତି, ଆପଣଙ୍କ ନିଜ ଜୀବନ ବିଷୟରେ ସମସ୍ତ ତଥ୍ୟ ଜାଣିବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ନିଜ ସମ୍ପର୍କରେ ଠିକ୍‌ ତଥ୍ୟ ଦେବା କିମ୍ବା କହିବାରେ କୁଣ୍ଠାବୋଧ କରୁଛନ୍ତି; ତେବେ ସତର୍କ ହୋଇଯାଆନ୍ତୁ। ସନ୍ଦେହ ହେବା ମାତ୍ରେ ଉକ୍ତ ପ୍ରୋଫାଇଲ୍‌କୁ ବ୍ଲକ୍‌ କରିଦିଅନ୍ତୁ।
ନୂଆ ନୂଆ ବନ୍ଧୁ ହୋଇଥିବା କୌଣସି ଯୁବତୀ ଅବା ଯୁବକଙ୍କୁ ବିଶ୍ୱାସରେ ହଠାତ୍‌ ନିଜର ଠିକ ପରିଚୟ, ଠିକଣା, ଫଟୋ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ଦେଇ ଦିଅନ୍ତୁ ନାହିଁ। ଯଦି କିଛି ଦିନ କଥା ହେବା, ପରସ୍ପରକୁ ଭଲ ଭାବେ ଜାଣିବା ଲାଗି ସମୟ ନ ଦେଇ କେହି ହଠାତ୍‌ ଡେଟିଂ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ତତ୍‌କ୍ଷଣାତ୍‌ ରାଜି ହୋଇଯିବା ବୁଦ୍ଧିମତ୍ତାର କାମ ନୁହେଁ।
ଯଦି କେହି ଖୁବ୍‌ କମ୍‌ ସମୟରେ ବାରମ୍ବାର ଡେଟ୍‌ ପ୍ରସ୍ତାବ ଦିଅନ୍ତି ଏବଂ ଏପରି ବ୍ୟବହାରକୁ ନେଇ ଆପଣଙ୍କ ମନରେ କିଛି ବି ସନ୍ଦେହ ଆସେ, ତେବେ ପ୍ରଥମେ ସମୟ ନେଇ ସତ କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ। ମନା କରିବା ଦ୍ୱାରା ଅନ୍ୟକୁ ଦୁଃଖ ହେବ ଭାବି ଭାବପ୍ରବଣତାବଶତଃ କୌଣସି ଭୁଲ୍‌ ନିଷ୍ପତ୍ତି ନିଅନ୍ତୁ ନାହିଁ।
ଡେଟିଂରେ ଯିବାକୁ ଚାହୁଁଥିଲେ କୌଣସି ନିରୋଳା ସ୍ଥାନ ପରିବର୍ତ୍ତେ ସାର୍ବଜନୀନ ସ୍ଥାନ ବାଛନ୍ତୁ। ତେବେ ସୁରକ୍ଷା ଦୃଷ୍ଟିରୁ ସାଙ୍ଗରେ ପରିବାରର ସଦସ୍ୟ କିମ୍ବା ସାଙ୍ଗଙ୍କୁ ନେଇ ଯିବା ମଧ୍ୟ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri