୪୨୮୯ ଟୋକନ ବାତିଲ ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲାରେ ୪ ହଜାର ୨୮୯ ଚାଷୀଙ୍କ ଟୋକନ ବାତିଲ ହେବା ପରେ ପ୍ରତିବାଦ ବଢ଼ିଥିଲା । ତେବେ ଚାଷୀଙ୍କ ବିରୋଧ ପୂର୍ବରୁ ଜିଲା ପ୍ରଶାସନ ନିଜର ତ୍ରୁଟି ସଂଶୋଧନ କରି ନେଇଛି । ଏବେ ପ୍ରାୟ ୩ ହଜାର ଚାଷୀଙ୍କ ଟୋକନ ଆସିଥିବା ଜଣାପଡିଛି । ଏନେଇ ଗୁରୁବାର ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ କରାଇ ପ୍ରଶାସନର ତ୍ରୁଟିକୁ ସ୍ବୀକାର କରିଛନ୍ତି । ଜିଲାପାଳଙ୍କ ସୂଚନା ଅନୁସାରେ ସାଟେଲାଇଟ ସର୍ଭେରେ ଜିଲାର ୪୯ ହଜାର ୪୧୪ ପ୍ଲଟରେ ଧାନ ଚାଷ ହୋଇ ନାହିଁ। ସମ୍ପୃକ୍ତ ଜମି ଚାଷ ହୋଇ ନ ଥାଇପାରେ ଅଥବା ଅନ୍ୟ କୌଣସି ଫସଲ ହୋଇଥାଇପାରେ। ଏପରି ଅଭିଯୋଗ ମିଳିବା ପରେ ଏହାର ଯାଞ୍ଚ କରାଯାଇଥିଲା । ଏଥିରୁ ୪୭ ହଜାର ୫୫୨ ପ୍ଲଟ୍‌ ଯାଞ୍ଚ ହୋଇ ସାରିଛି। ଅବଶିଷ୍ଟ ୧୮୬୨ ପ୍ଲଟ ଯାଞ୍ଚ ହେବ । ଏଭଳି ସ୍ଥଳେ ଜିଲାର ୪ ହଜାର ୨୮୯ ଚାଷୀଙ୍କର ଟୋକନ ବାତିଲ ହୋଇ ଯାଇଥିଲା । ଜିଲାପାଳ ଉଦାହରଣ ଦେଇ କହିଥିଲେ ରେଣୁ ରାଉତ ନାମକ ଜଣେ ଚାଷୀଙ୍କର ୭୫ କୁଇଣ୍ଟାଲ ଧାନ କିଣିବାକୁ ମେସଜ ଆସିଥିଲା । ଫେବୃୟାରୀ ୫ ଥିଲା ଧାନକିଣାର ଶେଷ ତାରିଖ । ତେବେ ଟୋକନ ବାତିଲ ହୋଇ ଯିବାରୁ ସମସ୍ୟା ଦେଖା ଦେଇଥିଲା । ପ୍ରଶାସନର ତ୍ରୁଟି ଆମେ ଜାଣିବାରୁ ଏହାକୁ ସଂଶୋଧନ କରି ନିଆଯାଇଛି । ରେଣୁ ରାଉତଙ୍କର ଟୋକନରେ ତାରିଖ ଫେବୃୟାରୀ ୧୧ ହୋଇଛି । ଟୋକନ କାମ କରିଛି । ଧାନ ପରିମାଣ ସମାନ ରହିଛି । ସେହିପରି ଅନ୍ୟ ଚାଷୀମାନଙ୍କର ତ୍ରୁଟି ସଂଶୋଧନ ହୋଇଛି ଓ ଚାଲୁ ରହିଛି । ତେବେ ତ୍ରୁଟି ହୋଇ ନ ଥିବା ଚାଷୀଙ୍କ ଏହା ସଂଶୋଧନ ହେବନି ବୋଳି ଜିଲାପାଳ କହିଛନ୍ତି ।
ଅଭାବୀଧାନ ବିକ୍ରି ବଢ଼ିବ: ଅଭାବୀ ଧାନ ବିକ୍ରୀ ରୋକିବାକୁ ପ୍ରଶାସନର ପଦକ୍ଷେପ ନ ଥିବା ଜିଲାପାଳଙ୍କ ସୂଚନା ପରେ ଜଣାପଡିଛି । ଜିଲାପାଳଙ୍କ ସୂଚନା ଅନୁସାରେ ୧ ଏକର ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କୁଇଣ୍ଟାଲ ସରକାର ନେଉଛନ୍ତି । ଗୋଟିଏ ଏକରରୁ ୨୦ ରୁ ୨୨ କୁଇଣ୍ଟାଲ ଧାନ ଫଳୁଛି । ସରକାର ଏକର ପିଛା ୧୪ କୁଇଣ୍ଟାଲ ଧାନ କିଣୁଥିବାରୁ ଚାଷୀ ପାଖରେ ଧାନ ବଳକା ରହୁଛି । ଚାଷୀ ବଳକା ଧାନ କାହାକୁ ବିକିବ, ସେ କ’ଣ କରିବ ପ୍ରଶାସନ କିଛି କରି ପାରିବନି । ଏଣୁ ଅଭାବୀ ଧାନ ବିକ୍ରି କହି ଚଢ଼ାଉ କରିବା ଠିକ ହେବନି। ଏ ଦିଗରେ ଚଢ଼ାଉ ପାଇଁ ବ୍ୟବସ୍ଥା ନାହିଁ ବୋଲି ଜିଲାପାଳ କହିଥିଲେ । ଜିଲାପାଳଙ୍କ ସୂଚନା ପରେ ଧାନ ବ୍ୟବସାୟୀ ଓ ମିଲର ମାନେ ସେମାନଙ୍କର ଚୋରା ଲୁଚା ଧାନ କିଣାକୁ ଏବେ ଅବାଧରେ କରିବାକୁ ଯାଉଛନ୍ତି ବୋଲି କିଛି ଚାଷୀ ମନ୍ତବ୍ୟ ଦେଇଛନ୍ତି । ଯାହା ଅଭାବୀ ଧାନ ବିକ୍ରୀକୁ ପ୍ରୋସତ୍ାହନ ଦେବ।
୬ ଲକ୍ଷ କୁଇଣ୍ଟାଲ ଚାଉଳ ଆବଶ୍ୟକ: ନୟାଗଡ଼ ଜିଲାରେ ଖାଦ୍ୟ ସୁରକ୍ଷା ଯୋଜନା ସମେତ ରାଶନ କାର୍ଡରେ ଚାଉଳ ଯୋଗାଣ ପାଇଁ ବର୍ଷକୁ ୬ ଲକ୍ଷ କୁଇଣ୍ଟାଲ ଚାଉଳର ଆବଶ୍ୟକତା ରହିଛି। ଜିଲାରେ ୧୪ ଲକ୍ଷ କୁଇଣ୍ଟାଲ ଚାଉଳ ମିଲରମାନେ ଦେଉଥିବାରୁ ସମ୍ବଲପୁରକୁ ୫ ଲକ୍ଷ କୁଇଣ୍ଟାଲ ଧାନ ଗଲେ କିଛି ସମସ୍ୟା ଦେଖା ଦେବନି । କଟନୀଛଟନୀ ଉପରେ ଜିଲାପାଳ କହିଥିଲେ ଏହା ଠିକ ନୁହେଁ। ଏପରି ନ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁଠି କଟ୍‌ନୀଛଟନୀ ପ୍ରସଙ୍ଗ ଉଠିବ ସେଠାକୁ ଧାନର ମାନ ପରୀକ୍ଷଣ ପାଇଁ ଟିମ୍‌ ପଠାଯିବ। ତେବେ କାର୍ଯ୍ୟାନୁଷ୍ଠାନ ନେଇ କିଛି କହି ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଶକ୍ତିକାନ୍ତ ରାୟ, ଜିଲା ଯୋଗାଣ ଅଧିକାରୀ ତିଳୋତମା ପ୍ରଧାନ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଶୋଭରାଜ ସାମନ୍ତରାୟ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri