CORONAVIRUS UPDATE: ରାଜ୍ୟରେ ୪୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ସର୍ବାଧିକ ୧୮୩୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୧୧୮ ଏବଂ ୭୧୫ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ତେବେ ଆଜି ମୋଟ୍‌ ୨୯ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୯୮, ଗଞ୍ଜାମରୁ ୨୭୯ ଏବଂ ରାୟଗଡ଼ାରୁ ୧୫୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୯, ବାଲେଶ୍ୱର ୬୯, ବରଗଡ଼ ୮, ଭଦ୍ରକ ୫୦, ବଲାଙ୍ଗୀର ୩୭, ବୌଦ୍ଧ ୩୪, କଟକ ୧୨୪, ଢେଙ୍କାନାଳ ୪୩, ଗଜପତି ୩୫, ଜଗତସିଂହପୁର ୧୬, ଯାଜପୁର ୬୦, ଝାରସୁଗୁଡ଼ା ୩୦, କଳାହାଣ୍ଡି ୮୪, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୩୪, କେନ୍ଦୁଝର ୧୬, କୋରାପୁଟ ୪୭, ମାଲକାନଗିରି ୩୬, ମୟୂରଭଞ୍ଜ ୩୪, ନବରଙ୍ଗପୁର ୧୧, ନୟାଗଡ଼ ୬୧, ନୂଆପଡ଼ା ୧, ପୁରୀ ୬୭, ସମ୍ବଲପୁର ୩୯, ସୋନପୁର ୩୩ ଏବଂ ସୁନ୍ଦରଗଡ଼ରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ ପହଞ୍ଚିଥିବା ବେଳେ ୨୬,୮୮୭ ଜଣ ସୁସ୍ଥ ହୋଇଛନ୍ତି। ୧୫,୩୭୦ ଜଣ ଚିକିତ୍ସିତ ହେଉଛନ୍ତି। ୨୪୭ ଜଣଙ୍କ ମୃତ୍ୟୁ ଘଟିଛି।