୪୨ ପ୍ରତିଶତ କମିଲା ରାଜସ୍ବ ଆଦାୟ:ଯାନବାହନ କ୍ଷେତ୍ର ବିପର୍ଯ୍ୟସ୍ତ

ଭୁବନେଶ୍ୱର,୨୦। ୯(ବ୍ୟୁରୋ): କରୋନା ମହାମାରୀ ସ୍ବାସ୍ଥ୍ୟ ସେବା ସହିତ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ରାଜକୋଷ ଉପରେ ଏହାର ପ୍ରଭାବ ପଡିଛି। ମାର୍ଚ୍ଚ ମାସ ଲକ୍‌ଡାଉନ ପରଠାରୁ ଯାନବାହନ ବିକ୍ରି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ରାଜ୍ୟରେ ଯାନବାହନ ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏଥିସହିତ ଘରୋଇ ବସ୍‌ଗୁଡିକ ଉପରୁ ରାଜ୍ୟ ସରକାର ୩ ମାସ ସମ୍ପୂର୍ଣ୍ଣ ଓ ଆଉ ୩ ମାସ ଆଂଶିକ ଟିକସ ଛାଡ଼ କରିଛନ୍ତି। ଏଥିଯୋଗୁ ରାଜସ୍ବ ଆଦାୟ ୪୨ ପ୍ରତିଶତ କମିଯାଇଛି। ଗତ ୫ ମାସରେ ଯାନବାହନ ଟିକସ ବାବଦରେ ସରକାରଙ୍କୁ ପ୍ରାୟ ୨୮୨ କୋଟି ଟଙ୍କା ହରାଇବାକୁ ପଡିଛି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୯ ଅଗଷ୍ଟରେ ୪୫,୫୫୫ ଦୁଇଚକିଆ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ୩୨ ହଜାର ୧୬୫କୁ ଖସି ଆସିଛି। ଅର୍ଥାତ ଦୁଇଚକିଆ ଯାନରେ ୨୯ ପ୍ରତିଶତ ବିକ୍ରି କମିଥିବା ବେଳେ ୩ ଚକିଆରେ ୬୯ ପ୍ରତିଶତ, ୪ ଚକିଆ ଯାନ ପ୍ରାୟ ୬୦ ପ୍ରତିଶତ କମିଯାଇଛି। କେବଳ ଟ୍ରାକ୍ଟର ବିକ୍ରିରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟରେ ଅଗଷ୍ଟରେ ହାରାହାରି ୩୦ ପ୍ରତିଶତ ଯାନବାହନ ବିକ୍ରି ହ୍ରାସ ପାଇଛି।

ରାଜ୍ୟ ସରକାର ଚଳିତ ବଜେଟରେ ଯାନବାହନ ଟିକସ ବାବଦରେ ପ୍ରାୟ ୨ ହଜାର କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ। କରୋନା ଯୋଗୁ ଏହି ଲକ୍ଷ୍ୟ ହାସଲ ଏକ ପ୍ରକାର ବାଟବଣା ହୋଇ ଯାଇଛି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ପରିବହନ ଟିକସ ୬୭୦ କୋଟି ଆଦାୟ ହେବା ଜାଗାରେ ହୋଇଛି ମାତ୍ର ୩୮୮ କୋଟି ୬୦ ଲକ୍ଷ ଟଙ୍କା। ଅର୍ଥାତ୍‌ ଲକ୍ଷ୍ୟର ମାତ୍ର ୫୮ ପ୍ରତିଶତ ଆଦାୟ ସମ୍ଭବ ହୋଇପାରିଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୪୨ ପ୍ରତିଶତ ଟିକସ ହରାଇବାକୁ ପଡିଛି। ଚଳିତ ଆର୍ଥିକ ବର୍ଷରେ ଟିକସ ଅଭିବୃଦ୍ଧି ୧୧ ପ୍ରତିଶତ ରଖାଯାଇଥିଲା। ତେବେ ସେହି ଲକ୍ଷ୍ୟ ହାସଲ ସହଜ ହେବ ନାହିଁ। କରୋନା ଯୋଗୁ ମଧ୍ୟବିତ୍ତ ବର୍ଗର ଲୋକାମାନେ ଯାନବାହନ କିଣିବାରେ ଅର୍ଥ ବ୍ୟୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଆଗାମୀ ଦିନରେ ସେମାନଙ୍କର ଆୟକୁ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି। ଯାହା କିଛି ସଞ୍ଚିତ ଅର୍ଥ ଅଛି ତାହାକୁ ଯାନବାହନ କିଣିବା କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଆଗାମୀ ଦିନର କାରବାର ଅସ୍ପଷ୍ଟ ରହିଥିବାରୁ ଯାତ୍ରୀବାହୀ କିମ୍ବା ମାଲ୍‌ବାହୀ ଯାନ ପରିବହନ କ୍ରୟ ଉପରେ ଲୋକମାନେ ପୁଞ୍ଜି ନିବେଶ କରିବାକୁ ଚାହୁଁ ନ ଥିବା ଯୋଗୁ ଯାନବାହନ ବିକ୍ରି ପ୍ରଭାବିତ ହେଉଛି। ଏଥିଯୋଗୁ ରାଜସ୍ବ ବଢି ପାରୁ ନାହିଁ । ଆଗାମୀ ଦିନରେ ଏଥିରେ ସୁଧାର ଆସିଲେ ମଧ୍ୟ ଲକ୍ଷ୍ୟ ହାସଲ ସେତେଟା ସହଜ ହେବ ନାହିଁ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?