୪୨ ପ୍ରତିଶତ କମିଲା ରାଜସ୍ବ ଆଦାୟ:ଯାନବାହନ କ୍ଷେତ୍ର ବିପର୍ଯ୍ୟସ୍ତ

ଭୁବନେଶ୍ୱର,୨୦। ୯(ବ୍ୟୁରୋ): କରୋନା ମହାମାରୀ ସ୍ବାସ୍ଥ୍ୟ ସେବା ସହିତ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ରାଜକୋଷ ଉପରେ ଏହାର ପ୍ରଭାବ ପଡିଛି। ମାର୍ଚ୍ଚ ମାସ ଲକ୍‌ଡାଉନ ପରଠାରୁ ଯାନବାହନ ବିକ୍ରି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ରାଜ୍ୟରେ ଯାନବାହନ ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏଥିସହିତ ଘରୋଇ ବସ୍‌ଗୁଡିକ ଉପରୁ ରାଜ୍ୟ ସରକାର ୩ ମାସ ସମ୍ପୂର୍ଣ୍ଣ ଓ ଆଉ ୩ ମାସ ଆଂଶିକ ଟିକସ ଛାଡ଼ କରିଛନ୍ତି। ଏଥିଯୋଗୁ ରାଜସ୍ବ ଆଦାୟ ୪୨ ପ୍ରତିଶତ କମିଯାଇଛି। ଗତ ୫ ମାସରେ ଯାନବାହନ ଟିକସ ବାବଦରେ ସରକାରଙ୍କୁ ପ୍ରାୟ ୨୮୨ କୋଟି ଟଙ୍କା ହରାଇବାକୁ ପଡିଛି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୯ ଅଗଷ୍ଟରେ ୪୫,୫୫୫ ଦୁଇଚକିଆ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ୩୨ ହଜାର ୧୬୫କୁ ଖସି ଆସିଛି। ଅର୍ଥାତ ଦୁଇଚକିଆ ଯାନରେ ୨୯ ପ୍ରତିଶତ ବିକ୍ରି କମିଥିବା ବେଳେ ୩ ଚକିଆରେ ୬୯ ପ୍ରତିଶତ, ୪ ଚକିଆ ଯାନ ପ୍ରାୟ ୬୦ ପ୍ରତିଶତ କମିଯାଇଛି। କେବଳ ଟ୍ରାକ୍ଟର ବିକ୍ରିରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟରେ ଅଗଷ୍ଟରେ ହାରାହାରି ୩୦ ପ୍ରତିଶତ ଯାନବାହନ ବିକ୍ରି ହ୍ରାସ ପାଇଛି।

ରାଜ୍ୟ ସରକାର ଚଳିତ ବଜେଟରେ ଯାନବାହନ ଟିକସ ବାବଦରେ ପ୍ରାୟ ୨ ହଜାର କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ। କରୋନା ଯୋଗୁ ଏହି ଲକ୍ଷ୍ୟ ହାସଲ ଏକ ପ୍ରକାର ବାଟବଣା ହୋଇ ଯାଇଛି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ପରିବହନ ଟିକସ ୬୭୦ କୋଟି ଆଦାୟ ହେବା ଜାଗାରେ ହୋଇଛି ମାତ୍ର ୩୮୮ କୋଟି ୬୦ ଲକ୍ଷ ଟଙ୍କା। ଅର୍ଥାତ୍‌ ଲକ୍ଷ୍ୟର ମାତ୍ର ୫୮ ପ୍ରତିଶତ ଆଦାୟ ସମ୍ଭବ ହୋଇପାରିଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୪୨ ପ୍ରତିଶତ ଟିକସ ହରାଇବାକୁ ପଡିଛି। ଚଳିତ ଆର୍ଥିକ ବର୍ଷରେ ଟିକସ ଅଭିବୃଦ୍ଧି ୧୧ ପ୍ରତିଶତ ରଖାଯାଇଥିଲା। ତେବେ ସେହି ଲକ୍ଷ୍ୟ ହାସଲ ସହଜ ହେବ ନାହିଁ। କରୋନା ଯୋଗୁ ମଧ୍ୟବିତ୍ତ ବର୍ଗର ଲୋକାମାନେ ଯାନବାହନ କିଣିବାରେ ଅର୍ଥ ବ୍ୟୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଆଗାମୀ ଦିନରେ ସେମାନଙ୍କର ଆୟକୁ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି। ଯାହା କିଛି ସଞ୍ଚିତ ଅର୍ଥ ଅଛି ତାହାକୁ ଯାନବାହନ କିଣିବା କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଆଗାମୀ ଦିନର କାରବାର ଅସ୍ପଷ୍ଟ ରହିଥିବାରୁ ଯାତ୍ରୀବାହୀ କିମ୍ବା ମାଲ୍‌ବାହୀ ଯାନ ପରିବହନ କ୍ରୟ ଉପରେ ଲୋକମାନେ ପୁଞ୍ଜି ନିବେଶ କରିବାକୁ ଚାହୁଁ ନ ଥିବା ଯୋଗୁ ଯାନବାହନ ବିକ୍ରି ପ୍ରଭାବିତ ହେଉଛି। ଏଥିଯୋଗୁ ରାଜସ୍ବ ବଢି ପାରୁ ନାହିଁ । ଆଗାମୀ ଦିନରେ ଏଥିରେ ସୁଧାର ଆସିଲେ ମଧ୍ୟ ଲକ୍ଷ୍ୟ ହାସଲ ସେତେଟା ସହଜ ହେବ ନାହିଁ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri