Posted inଜାତୀୟ

୪୨% ଯୁବ ଗ୍ରାଜୁଏଟ୍‌ ବେରୋଜଗାର

ନୂଆଦିଲ୍ଲୀ,୨୧।୯: ଭାରତର ଦ୍ରୁତ ଅଭିବୃଦ୍ଧି ସହ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହୋଇଥିବାବେଳେ ଦେଶର ପ୍ରାୟ ୪୨% ଯୁବ ଗ୍ରାଜୁଏଟ ବେରୋଜଗାର ରହିଥିବା ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଦେଶରେ ବେକାରି ହାର କୋଭିଡ୍‌ ପୂର୍ବବର୍ତ୍ତୀ ସ୍ଥିତି ଅପେକ୍ଷା କମ୍‌ ରହିଛି। କିନ୍ତୁ କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ୪୨% ଯୁବ ଗ୍ରାଜୁଏଟ୍‌ କାମ ନ ପାଇ ବେରୋଜଗାର ରହିଛନ୍ତି। ୧୯୮୦ ପରେ ଦିନ ମଜୁରିଆ ଓ ମାସିକ ଦରମା ସୂତ୍ରରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା। ୨୦୦୪ ବେଳକୁ ପୁରୁଷ ଶ୍ରମିକଙ୍କ ସଂଖ୍ୟା ୧୮ରୁ ୨୫% ଓ ମହିଳାଙ୍କ ସଂଖ୍ୟା ୧୦ ରୁ ୨୫%କୁ ବୃଦ୍ଧି ଘଟିଥିଲା। ୨୦୦୪ରୁ ୨୦୦୭ ମଧ୍ୟରେ ବାର୍ଷିକ ୩ ନିୟୁତ ଲୋକ କର୍ମନିଯୁ୍‌କ୍ତି ପାଇଥିଲେ।

ଏହା ୨୦୧୭ରୁ ୨୦୧୯ ମଧ୍ୟରେ ୫ ନିୟୁତକୁ ବୃଦ୍ଧି ଘଟିଥିଲା। ତେବେ କୋଭିଡ୍‌ ମହାମାରୀ କାରଣରୁ ୨୦୧୯ରୁ ଦିନ ମଜୁରିଆମାନେ କାମ ହରାଇ ବସିଥିଲେ। ଅର୍ଥନୈତିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୃଷ୍ଟି କରିବା ମଧ୍ୟରେ ଥିବା ଗୁରୁତ୍ୱ ବିଷୟରେ ଏହି ରିପୋର୍ଟରେ କୁହାଯାଇଛି। ୧୯୯୦ରୁ ଅଣକୃଷି ଜିଡିପି ଓ ଅଣକୃଷି ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଘଟି ନ ଥିବା ଏହି ରିପୋର୍ଟରେ କୁହାଯାଇଛି।

ଅପରପକ୍ଷେ ୨୦୦୪ରୁ ୨୦୧୯ ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ ହ୍ରାସ ଘଟିଥିଲା। ୨୦୧୭ରୁ ନିଯୁ୍‌କ୍ତି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବ୍ୟବଧାନ ବଢ଼ିଥିଲା। ୨୦୦୪ରେ ମହିଳାମାନେ ପୁରୁଷମାନଙ୍କ ଆୟର ୭୦% ରୋଜଗାର କରୁଥିଲେ। ଏହା ୨୦୧୭ ବେଳକୁ ହ୍ରାସ ଘଟିଥିଲା ବୋଲି ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପରେ ୬୦% ମହିଳା ଆତ୍ମନିଯୁକ୍ତି ପାଇଥିଲେ, ଏହା କୋଭିଡ୍‌ ପୂର୍ବରୁ ୫୦% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri