୪୨ କେଜି ଗଞ୍ଜେଇ ଜବତ : ୩ ଗିରଫ

ତୁମୁଡିବନ୍ଧ,୧୭।୧୦(ଦୀପକ କୁମାର ପରାସେଠ): କାନ୍ଧମଳ ଜିଲା ତୁମୁଡିବନ୍ଧ ପୋଲିସକୁ ଆଉ ଏକ ସଫଳତା ମିଳିଛି ।  ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବରପାଇ  ଗଞ୍ଜେଇ ଓ ଗାଡିକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ ।  ଏକାଧିକ ସ୍ଥାନରେ ରୋଡ଼ ବ୍ଲକ କରାଯାଇଥିଲା।
ପ୍ରାୟ ୩ ଘଣ୍ଟାର ଅପରେଶନ ପରେ ୩ ଅଭିଯୁକ୍ତ, ଗଞ୍ଜେଇ ଏବଂ ଦୁଇଟି କାର ଗୋଟିଏ ପଲସ୍‌ର ବାଇକ୍‌କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ସାାରେ ଘଟିଛି।
ସୂଚନାପ୍ରକାରେ, ତୁମୁଡିବନ୍ଧ ଥାନା କର୍ତ୍ତମଗଡ଼ ପାଞ୍ଚାୟତଠାରୁ ରାୟଗଡ଼ା ଜିଲା ଚାଲାଣ ହେଉଥିଲା ଗଞ୍ଜେଇ। ଏକ ଡଷ୍ଟର କର ଓଡି-୦୯ଇ ୨୭୨୯, ଆଉ ଏକ କାର ଓ଼ଆର-୦୨ବିଏକ୍ସ ୭୪୯୬ ଓ ଏକ ପଲସର ବାଇକ ଓଡି-୧୨ଏଫ ୯୬୩୭ ନମ୍ବର ଗାଡ଼ି ରେ ୪୨ କିଲୋ ଗଞ୍ଜେଇ ନେଇ ପାଞ୍ଚ ଜଣ ବାହାରି ଥିଲେ କୁର୍ତୁମ ଗଡ଼  କନ୍ଧମାଳ ଜିଲାର ବାଲିଗୁଡା ଥାନା ମରାଉଡିଙ୍ଗ ଗ୍ରାମର ସିଦ୍ଧାନ୍ତ ଦିଗଲ ଓ କୁର୍ତୁମ ଗଡ଼ ଗ୍ରାମର ଆମ୍ବୁଜ ମାଲିକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ, ରାୟଗଡ଼ା ଜିଲା ବିଷମ କଟକ ଥାନା ବଢ଼ୁାହାଡ଼ ଗ୍ରାମର ଲିଲୁ କୌଶଲ୍ୟା ଓ ସ୍ଲାଖ ବନ୍ଧ ଗ୍ରାମର ଅମିତ ବାତ୍ରା ମିଶି ରାୟଗଡା ଜିଲାକୁ ଗଞ୍ଜେଇ ଚାଲାଣ କରୁଥିଲେ।
ଏହି ଖବର ପାଇ ତୁମୁଡିବନ୍ଧ ପୋଲିସ ସଜାଗ ହୋଇ ପ୍ରାୟ ତିନି ଘଣ୍ଟା ଅପେରଶ ନ କରିଥିଲା। କୁର୍ତୁମଗଡ଼ ତୁମୁଡିବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ଗଳି ରାସ୍ତା ଗୁଡ଼ିକରେ ନାକା କରିଥିଲା। ଗଞ୍ଜେଇ ଚାଲାଣକାରୀଙ୍କୁ ତୁମୁଡିବନ୍ଧଠାରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥର କାଲିସା ପଦର ଛକଠାରେ ଗିରଫ କରିବାରେ ଠାବ କଲାବେଳେ ଆମ୍ବୁଜ ମାଲିକ ଗାଡ଼ି ଛାଡ଼ି ଫେରାର ହେବା ବେଳେ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ସେଠାରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ତେବେ ଏହି ବାବଦରେ ତୁମୁଡିବନ୍ଧ ଥାନାରେ  ୧୨୫/୨୫ ନମ୍ବର ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଚାରି ଚକିଆ ଯାନ, ଏକ ଗୋଟି ପଲସର ମୋଟର ସାଇକେଲ ଓ ୪୨ କିଗ୍ରା ଗଞ୍ଜେଇ ଜବତ କରିଛି। ତେବେ ଫେରାର ଅଭିଯୁକ୍ତକୁ ଗିରଫ କେବେ କରିବା ତାହା ବାକି ରହିଲା।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?