Categories: ଜାତୀୟ

ବିଶ୍ୱ ଐତିହ୍ୟରେ ବର୍ତ୍ତମାନ ୪୨ ଭାରତୀୟ ସ୍ଥଳ: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ କହିଛନ୍ତି ଭାରତରେ ବିଶ୍ୱ ଐତିହ୍ୟ ସ୍ଥଳ ସଂଖ୍ୟା ବର୍ତ୍ତମାନ ୪୨ରେ ପହଞ୍ଚିଛି। ଆମର ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନଗୁଡିକ ଅଧିକରୁ ଅଧିକ ବିଶ୍ୱଐତିହ୍ୟ ଭାବରେ ମାନ୍ୟତା ପାଇବାକୁ ଭାରତର ପ୍ରୟାସ ସଫଳ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଅନେକ ବିଶ୍ୱ ଐତିହ୍ୟ ସ୍ଥାନ ରହିଛି। କିଛି ଦିନ ପୂର୍ବେ ଶାନ୍ତିନିକେତନ ଏବଂ କର୍ନାଟକର ପବିତ୍ର ହୋଏସଡା ମନ୍ଦିରକୁ ବିଶ୍ୱ ଐତିହ୍ୟ ଘୋଷିତ କରାଯାଇଥିଲା।

ବିଶ୍ୱ ପର୍ଯ୍ୟଟନ ଦିବସ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କୁ ସ୍ମରଣ କରାଇଛନ୍ତି। ସେ କହିଛନ୍ତି, ୨୭ ସେପ୍ଟେମ୍ବର ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ, କିଛି ଲୋକ ପର୍ଯ୍ୟଟନକୁ କେବଳ ଦର୍ଶନୀୟ ସ୍ଥାନ ଭାବରେ ଦେଖନ୍ତି, କିନ୍ତୁ ପର୍ଯ୍ୟଟନର ଏକ ବହୁତ ବଡ ଦିଗ ରୋଜଗାର ସହ ଜଡିତ ଅଟେ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେତେବେଳେ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି,ସେତେବେଳେ ଭାରତର ବିବିଧତା ଦେଖିବାକୁ ଚେଷ୍ଟା କରନ୍ତୁ। ଗତ କିଛି ବର୍ଷ ମଧ୍ୟରେ ଭାରତ ପ୍ରତି ଆକର୍ଷଣ ବୃଦ୍ଧି ପାଇଛି ଏବଂ ଜି -୨୦ ର ସଫଳ ସଂଗଠନ ପରେ ବିଶ୍ୱର ଲୋକଙ୍କ ଆଗ୍ରହ ଭାରତ ପ୍ରତି ବୃଦ୍ଧି ପାଇଛି।

Share