୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା

ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ଯେଉଁ ସବୁ ଅଭିଯୋଗପତ୍ର ସେ ନେଇଯିବା ସହ ଏହାର ସମାଧନ ତୁରନ୍ତ ହେବ ଏବଂ ଅଭିଯୋଗପତ୍ରର ଉତ୍ତର ତୁରନ୍ତ ମିଳିବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ଦିର ପାଇଁ ବହୁ ଆବେଦନ ଆସିଥିବା ବେଳେ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ୧୨ଟି ନିର୍ବାଚନମଣ୍ଡଳୀର ୨୬ଟି ପ୍ରମୁଖ ମନ୍ଦିର ପ୍ରକଳ୍ପର ଅନୁମୋଦିତ ପାଇଁ ପଦକ୍ଷେପ ନିଆଯାଇଛି। ଏହି ମନ୍ଦିରଗୁଡ଼ିକର ମରମତି ଓ ନବୀକରଣ ପାଇଁ ୪୨କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲାସ୍ତରରୁ ଆକଳନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନିମନ୍ତେ ଅର୍ଥରାଶି ଅନୁମୋଦନ ପାଇଁ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ପ୍ରକଳ୍ପ ଲାଗି ଅନୁଦାନ ମଞ୍ଜୁର ହେବା ପରେ ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି ।

ସେଥିମଧ୍ୟରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ମନ୍ଦିର ସୁନ୍ଦରେଶ୍ୱର ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର ମନ୍ଦିର ରହିଛି। ମନ୍ଦିରର ମରମତି ଓ ନବୀକରଣ ପାଇଁ ଖର୍ଚ୍ଚ ହେବ ୫କୋଟି ୨୦ ଲକ୍ଷ ଟଙ୍କା। ସେହିପରି ସୁନ୍ଦରେଶ୍ୱର ମନ୍ଦିର ଓ ବଟେଶ୍ୱର ପାଇଁ ୧ କୋଟି ୫୦ ଲକ୍ଷ ଏବଂ ରାମଚଣ୍ଡୀ ମନ୍ଦିର ପାଇଁ ୨ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ସାନଖେମୁଣ୍ଡି ବ୍ଲକର ମା’ ରତନେଇ ମନ୍ଦିର ପାଇଁ ୧ କୋଟି ୩୦ ଲକ୍ଷ, ଧରାକୋଟ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର ପଞ୍ଚମା ଗଣେଶ ମନ୍ଦିର ପାଇଁ ୧କୋଟି ୪୦ ଲକ୍ଷ, ଧବଳେଶ୍ୱର ୧ କୋଟି ୮୮ଲକ୍ଷ, ସିଦ୍ଧଭୈରବୀ ମନ୍ଦିର ପାଇଁ ୧କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକର ଭୈରବୀ ମନ୍ଦିର ପାଇଁ ୧କୋଟି ୯୫ ଲକ୍ଷ ଓ ଚିକିଟି ବ୍ଲକ ବାଳକୁମାରୀ ମନ୍ଦିର ୧କୋଟି ୯୦ ଲକ୍ଷ ବ୍ୟୟବରାଦ ହୋଇଛି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକର ମା’ ନିଜବାଙ୍କେଶ୍ୱରୀ ମନ୍ଦିର ୧ କୋଟି ୮୬ ଲକ୍ଷ ଓ କୁକୁଡ଼ାଖଣ୍ଡି ବ୍ଲକର ମହୁରିକାଳୁଆ ମନ୍ଦିର ୧କୋଟି ୭୬ ଲକ୍ଷ, ସୋରଡା ନିର୍ବାଚନ ମଣ୍ଡଳୀର ମା’ କୁଣ୍ଟେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ ଓ ବେଲଗୁଣ୍ଠା ବ୍ଲକର ବ୍ରାହ୍ମଣଦେବୀ ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ, ଭଞ୍ଜନଗର ବ୍ଲକ ଜଗନ୍ନାଥ ମନ୍ଦିର ଓ ମା ବାଘ୍ୟଦେବୀ ମନ୍ଦିର ୧ କୋଟି ୮୮ ଲକ୍ଷ ଏବଂ ଜଗନ୍ନାଥପ୍ରସାଦ ବ୍ଲକର ଧବଳେଶ୍ୱର ମନ୍ଦିର ୧କୋଟି ୧୦ ଲକ୍ଷ, ଆସିକା ନିର୍ବାଚନ ମଣ୍ଡଳୀର ମା’ ଖମ୍ବେଶ୍ୱରୀ ମନ୍ଦିର ୧କୋଟି ୮ଲକ୍ଷ ଓ କେଏସ ନଗର ସିଦ୍ଧେଶ୍ୱର ମନ୍ଦିରର ୧କୋଟି ୩୦ଲକ୍ଷ, ପୋଲସରା ବ୍ଲକର ମାର୍ଦା ଜଗନ୍ନାଥ ମନ୍ଦିର ୧କୋଟି ୯୮ଲକ୍ଷ, ବୁଗୁଡା ବ୍ଲକର ବୁଦ୍ଧଖୋଲ ମନ୍ଦିର ପାଇଁ ୧କୋଟି ୯୫ ଲକ୍ଷ ଓ ମା’ ଶାଙ୍କୁଲେଇ ମନ୍ଦିର ୧କୋଟି ୮୮ ଲକ୍ଷ, ଖଲ୍ଲିକୋଟ ବ୍ଲକର ନାରାୟଣୀ ମନ୍ଦିର ପାଇଁ ୧କୋଟି ୯୫ ଲକ୍ଷ ଓ ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିର ୧କୋଟି ୨୦ ଲକ୍ଷ, ଗୁପ୍ତେଶ୍ୱର ମନ୍ଦିର ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା, ବିସୂର୍ଯ୍ୟନଗରର ଆଠଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ୯୮ ଲକ୍ଷ , ବେଲଗୁଣ୍ଠା ବ୍ଲକର ସିଦ୍ଧେଶ୍ୱର ମନ୍ଦିରର ମରମତି ଓ ନବୀକରଣ ପାଇଁ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri