ଓଡ଼ିଶାରୁ ରାମମନ୍ଦିର ଲାଗି ୪୨ କୋଟି ନିଧି ସଂଗ୍ରହ

ଭୁବନେଶ୍ୱର, ୧୫ା୩(ବ୍ୟୁରୋ):ଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିଲା। ମନ୍ଦିର ନିର୍ମାଣ ଓ ସୁପରିଚାଳନା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଭାରତ ସରକାରଙ୍କ ଦ୍ୱାରା ‘ରାମଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମକ ଏକ ନ୍ୟାସ (ଟ୍ରଷ୍ଟ) ମଧ୍ୟ ଗଠନ ହେଲା। ସାଧୁସନ୍ଥମାନଙ୍କ ପରାମର୍ଶ କ୍ରମେ ସମଗ୍ର ଭାରତବର୍ଷର ପ୍ରତ୍ୟେକ ରାମଭକ୍ତଙ୍କଠାରୁ ଅର୍ଥ ସଂଗ୍ରହ କରି ସେଥିରେ ହିଁ ମନ୍ଦିର ନିର୍ମାଣ ପାଇଁ ଏକ ବ୍ୟାପକ ଯୋଜନା ନ୍ୟାସ(ଟ୍ରଷ୍ଟ) ଦ୍ୱାରା ପ୍ରସ୍ତୁତ କରାଗଲା। ଫଳତଃ ସମଗ୍ର ଭାରତରେ ମକର ସଂକ୍ରାନ୍ତି ଗତ ୧୪ ଜାନୁୟାରୀ ଠାରୁ ମାଘପୂର୍ଣ୍ଣିମା ଗତ ୨ ଫେବୃୟାରୀ ପର୍ଯ୍ୟନ୍ତ ଏକ ବ୍ୟାପକ ଅର୍ଥ ସଂଗ୍ରହ ଅଭିଯାନର କାର୍ଯ୍ୟ ଚାଲିଲା। ସମଗ୍ର ଭାରତବର୍ଷ ସହିତ ଓଡ଼ିଶାରେ ମଧ୍ୟ ରାମ ଭକ୍ତିର ପ୍ରବଳ ପ୍ରବାହ ଦେଖିବାକୁ ମିଳିଥିଲା। ଏହି ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶା ମାଧ୍ୟମରେ ସମ୍ପନ୍ନ ହୋଇଛି। ଅଭିଯାନରେ ମୋଟ ୫୮,୯୯୨ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ୫୫୩ ଜଣ ସାଧୁସନ୍ଥ ମଧ୍ୟ ଏହି ନିଧି ସଂଗ୍ରହ ଅଭିଯାନରେ ଯୋଗ ଦେଇଥିଲେ। କାର୍ଯ୍ୟକର୍ତ୍ତାମାନେ ମୋଟ ୪୩,୭୪୯ ଗ୍ରାମର ୭୪,୯୫,୭୯୯ ପରିବାର ସହ ସମ୍ପର୍କ ସ୍ଥାପନ କରିଥିଲେ। ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରି ୪୨,୦୩,୦୭,୦୬୬ଟଙ୍କା ପରିମାଣର ଅର୍ଥ ମାଧ୍ୟମରେ ରାମମନ୍ଦିର ନିର୍ମାଣ ପାଇଁ ନିଜର ଭକ୍ତି ନୈବେଦ୍ୟ ସମର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri