Categories: ଜାତୀୟ

ଏସ୍‌ପିଓ ପାଇଁ ପରୀକ୍ଷା ଦେଲେ ୪୧୫ ମହିଳା

କାଠୁଆ,୨୧।୨: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିବାରେ ଲାଗିଛି। ଏଠାରେ ଫେବୃୟାରୀ ୧୫ଠାରୁ ଆରମ୍ଭ ହୋଇଥିବା ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ପରୀକ୍ଷା ପାଇଁ ମହିଳାଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି। ଶନିବାର ପରୀକ୍ଷାର ଶେଷଦିନ ଥିଲା। ଶେଷଦିନ କେବଳ ମହିଳାଙ୍କ ଉଦ୍ଦିଷ୍ଟ ଥିବା ଅତିରିକ୍ତ ଏସ୍‌ପି ରାମାନିଶ ଗୁପ୍ତା କହିଛନ୍ତି। ଶେଷଦିନରେ ୪୧୫ ଜଣ ମହିଳା ପରୀକ୍ଷା ଦେଇଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ବାହିନୀରେ ଯୋଗଦେବା ଲାଗି ମହିଳାଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି।

Share