Posted inଜାତୀୟ

୪୧% ଆସନରେ ୩ ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା

ନୂଆଦିଲ୍ଲୀ,୯ା୪(ପି.ଟି.):ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଥିବାବେଳେ ସେଥିରୁ ୪୨ ଆସନରେ ୩ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି। ନିର୍ବାଚନ ଅଧିକାର ସଂସ୍ଥା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୬୨୫ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏଡିଆର୍‌ ସେଥିରୁ ୧,୬୧୮ ପ୍ରାର୍ଥୀଙ୍କ ସତ୍ୟପାଠର ଅନୁଧ୍ୟାନ କରିଥିଲା। ସେମାନଙ୍କ ମଧ୍ୟରୁ ୧୬ ପ୍ରତିଶତ ବା ୨୫୨ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ରହିଥିବାବେଳେ ୧୦ ପ୍ରତିଶତ ବା ୧୬୧ ଜଣଙ୍କ ନାଁରେ ଗମ୍ଭୀର ଅପରାଧ ମାମଲା ଅଛି। ୭ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ଏବଂ ୧୯ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୧୮ ପ୍ରାର୍ଥୀଙ୍କ ନଁାରେ ମହିଳା ବିରୋଧୀ ଅପରାଧ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକ ନାଁରେ ବଳାତ୍କାର ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଛନ୍ତି। ସେହିପରି ୩୫ ପ୍ରାର୍ଥୀଙ୍କ ନାଁରେ ଘୃଣିତ ଭାଷଣକୁ ନେଇ ମାମଲା ରହିଛି। ଯେଉଁ ନିର୍ବାଚନ ମଣ୍ଡଳୀରେ ୩ କିମ୍ବା ତା’ଠାରୁ ଅଧିକ ଆପରାଧିକ ମାମଲା ଥିବା ପ୍ରାର୍ଥୀ ଥାଆନ୍ତି, ତାକୁ ‘ରେଡ୍‌ ଆଲର୍ଟ’ ନିର୍ବାଚନ ମଣ୍ଡଳୀ ଘୋଷଣା କରାଯାଇଥାଏ।
ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ସମସ୍ତ ୪ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ରହିଥିବାବେଳେ ଡିଏମ୍‌କେର ୨୨ ପ୍ରାର୍ଥୀଙ୍କୁ ୧୩ ଜଣ (୫୯%), ସମାଜବାଦୀ ପାର୍ଟିର ୭ରୁ ୩ ଜଣ (୪୩%), ଟିଏମ୍‌ସିର ୫ରୁ ୨ ଜଣ (୪୦%), ଭାଜପାର ୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ଜଣ (୩୬%) ଏବଂ କଂଗ୍ରେସର ୫୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ (୩୪%)ଙ୍କ ନାଁରେ ଅପରାଧ ମାମଲା ରହିଛି। ସେହିପରି ଏଆଇଏଡିଏମ୍‌କେର ୩୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଏବଂ ବିଏସ୍‌ପିର ୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣଙ୍କ ନାଁରେ ଆପରାଧିକ ମାମଲା ଥିବା ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୮ ପ୍ରତିଶତ, ଯେଉଁମାନଙ୍କ ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୪.୫୧ କୋଟି ରହିଛି। ଆର୍‌ଜେଡିର ସମସ୍ତ ୪ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଏଆଇଏଡିଏମ୍‌କେର ୩୫, ଡିଏମ୍‌କେର ୨୧, ଭାଜପାର ୬୯, କଂଗ୍ରେସର ୪୯, ଟିଏମ୍‌ସିର ୪ ଏବଂ ବିଏସ୍‌ପିର ୧୮ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମଧ୍ୟପ୍ରଦେଶର ଛିନ୍ଦଓ୍ବ୍‌ାରାରୁ କଂଗ୍ରେସ ପ୍ରାର୍ଥୀ ନକୁଲ ନାଥଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୭୧୬ କୋଟି ହୋଇଥିବାବେଳେ ତାଙ୍କ ପଛକୁ ଏଆଇଏଡିଏମ୍‌କେର ଏରୋଡେ ପ୍ରାର୍ଥୀ ଅଶୋକ କୁମାରଙ୍କ ସମ୍ପତ୍ତି ୬୬୨ କୋଟି ଟଙ୍କା ବୋଲି ଜଣଶପଡ଼ିଛି। ଶିବଗଙ୍ଗାରୁ ଲଢ଼ୁଥିବା ଭାଜପା ପ୍ରାର୍ଥୀଙ୍କ ସମ୍ପତ୍ତି ୩୦୪ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri