୭ ମାସରେ ରାଜ୍ୟରେ ୪୧ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୭ା୧୧ (ବନ୍ଦନା ସେଠୀ):ରାଜ୍ୟରେ ହାତୀ-ମଣିଷ ଲଢେଇ ବଢିବାରେ ଲାଗିଛି। ଗତ ୩ବର୍ଷରେ ହାତୀ ଆକ୍ରମଣରେ ୬୬୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୫୦୯ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଥିବାବେଳେ ୧୩୯ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ତଥ୍ୟ ରଖିଛନ୍ତି। ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଏହି ସମୟରେ ହାତୀପଲ ୭୩ହଜାର ୬୨୦ ଏକର ଫସଲ ନଷ୍ଟ କରିବା ସହିତ ୧୦ ହଜାର ୨୫୯ଟି ଘର ଭାଙ୍ଗିଛନ୍ତି। ସେହିପରି ଚଳିତବର୍ଷ ଏପ୍ରିଲ ୧ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ୭ମାସରେ ରାଜ୍ୟରେ ମୋଟ୍‌ ୪୦ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ଆଠଗଡ଼ ବନଖଣ୍ଡର ସର୍ବାଧିକ ୫ଟି ହାତୀ ମରିଛନ୍ତି। ଏହା ପଛକୁ ରେଢାଖୋଲ ଓ ଅନୁଗୋଳ ବନଖଣ୍ଡରୁ ୪ଟି ଲେଖାଏ ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି ଏହି ୭ମାସରେ ୫ଟି କଲରାପତରିଆ ବାଘଙ୍କ ସହ ମୋଟ ୪୧୧ଟି ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଶିକାର ପାଇଁ ୧୧୧ଜଣ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବାବେଳେ ବିଷ ପ୍ରୟୋଗରେ ୪, ବିଦ୍ୟୁତ୍‌ ଆଘାତରେ ୩୯, ରେଳ ଦୁର୍ଘଟଣାରେ ୫, ସଡକ ଦୁର୍ଘଟଣାରେ ୨୧, ରୋଗାକ୍ରାନ୍ତ ହୋଇ ୬୨, ପ୍ରାକୃତିକ ଭାବେ ୧୦୬ଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରତିଶୋଧ ପରାୟଣ ଭାବେ ୫ ପ୍ରାଣୀଙ୍କୁ ହତ୍ୟା କରାଯାଇଛି। ଏଥିସହ ୫୮ ବନ୍ୟପ୍ରାଣୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ହାତୀମାନେ ସାଧାରଣତଃ ଖାଦ୍ୟ ଅନୁସନ୍ଧାନରେ ଜଙ୍ଗଲରୁ ଜଙ୍ଗଲ ଘୁରିବୁଲୁଥାନ୍ତି। ଝାଡଖଣ୍ଡ, ଛତିଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ହାତୀମାନେ ଓଡ଼ିଶାକୁ ଆସିବା ସହିତ ଓଡ଼ିଶାରୁ ହାତୀମାନେ ସମ୍ପୃକ୍ତ ରାଜ୍ୟଗୁଡିକୁ ଯାଇଥାନ୍ତି। ତେବେ ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ହାତୀଙ୍କ ଦ୍ୱାରା ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ସ୍ବତନ୍ତ୍ର ଆକଳନ ହୋଇପାରି ନାହିଁ। ଅପରପକ୍ଷେ କେବଳ କେନ୍ଦ୍ରାପଡ଼ାରେ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ୨୨ଜଣଙ୍କ ମୃତ୍ୟୁ ହୋଇଛି। ବିଶେଷକରି ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣର ସଂଖ୍ୟା ଅଧିକ ରହିଛି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri