୪୧ ପଦକ ଜିତିଲେ ପ୍ରତିଯୋଗୀ

ସେମିଳିଗୁଡା,୩୧ା୧୨(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲରେ ସର୍ବ ଭାରତୀୟ କରାଟେ ଚାମ୍ପିୟନଶିିପ ନିକଟରେ ଅନୁଷ୍ଠିତ ହୋଇଯାଇଛି। ୪ ରାଜ୍ୟରୁ ୮୦୦ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେମିଳିଗୁଡାର ଉତ୍କଳ କରାଟେ ସ୍କୁଲରୁ ୨୬ ଜଣ କରାଟେକା ଅଂଶଗ୍ରହଣ କରି ୧୧ଟି ସ୍ବର୍ଣ୍ଣ, ୧୭ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପଦକ ବିଜେତା ମାନେ ହେଲେ ରୁଦ୍ରାଂଶୁ କୁମାର ସାମଲ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ, ଅକ୍ଷୟ ମହାନ୍ତି ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ବ୍ରୋଞ୍ଜ, ତୃଷ୍ଣା ରାଣୀ ମହାନ୍ତି, ଗୋଟିଏ ରୌପ୍ୟ , ଅୟୂସୀ ରାଉତରାୟ ଗୋଟିଏ ବ୍ରୋଞ୍ଜ,ଗୋଟିଏ ରୌପ୍ୟ, ଅଂଶୁମାନ ସିଆଲ ଗୋଟିଏ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ବ୍ରୋଞ୍ଜ, ଏଞ୍ଜେଲ ଅଭିଶିକ୍ତ ମନିଏକା ଗୋଟିଏ ସ୍ବର୍ଣ୍ଣ ,ଆସିକ ମଣ୍ଡଳ ଗୋଟିଏ ରୌପ୍ୟ, ଅଙ୍କିତ ଖରା ଗୋଟିଏ ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ, ଶିବପ୍ରୀତ ଚନ୍ଦନ ସ୍ବାଇଁ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ , କେ. ଭେଙ୍କେଟ ସ୍ବାତ୍ତିିକ ଗୋଟିଏ ସ୍ବର୍ଣ୍ଣ, ହର୍ଷଦ କୁମାର ଗୋଟିଏ ସ୍ବର୍ଣ୍ଣ, ଅରିହନ୍ତ ଅଗ୍ରୱାଲ ଗୋଟିଏ ବ୍ରୋଞ୍ଜ ଓ ରୌପ୍ୟ, ନନ୍ଦିନୀ ନାୟାର ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ,ଜିସ୍‌. ଅର୍ଣ୍ଣଭ ୨ଟି ରୌପ୍ୟ, ତୃପ୍ତି ରାଣୀ ମହାନ୍ତି ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ, ଡାନିଏଲ ଜାନୀ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ,ରୋହନ ଦୁରିଆ ୨ଟି ରୌପ୍ୟ, ଶ୍ରୁତିଶିଖା ସାହୁ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ, ସୁରଜ ହିଆଲ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ, ଦୀପ୍ତି ନାମଦେ ଗୋଟିଏ ସ୍ବର୍ଣ୍ଣ, ଦିବେଶ ବରାଡ଼ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ, ହିମାଂଶୁ ଶେଖର ପଣ୍ଡା ୩ଟି ବ୍ରୋଞ୍ଜ , ସେନସେଇ ରାଜେନ୍ଦ୍ର କେଶରୀ ସାମଲ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ଏସମସ୍ତ ପ୍ରତିଯୋଗୀ ସେମିଳିଗୁଡା ଉତ୍କଳ କରାଟେ ସ୍କୁଲର ସେନସେଇ ସାମଲଙ୍କଠାରୁ ଶିକ୍ଷା ଗହଣ କରୁଛନ୍ତି।