୧୫ ବର୍ଷରେ ଦାରିଦ୍ର୍ୟରୁ ମୁକ୍ତ ହେଲେଣି ୪୧.୫ କୋଟି ଭାରତୀୟ

ଜାତିସଂଘ,୧୨ା୭: ବିଶ୍ୱର ଜନବହୁଳ ଦେଶ ଭାରତରେ ଦାରିଦ୍ର୍ୟ ଧୀରେ ଧୀରେ କମିବାରେ ଲାଗୁଥିବା ମଙ୍ଗଳବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ ମଲ୍ଟିଡାଇମେନ୍‌ଶନାଲ ପଭର୍ଟି ଇନ୍‌ଡେକ୍ସ (ଏମ୍‌ପିଆଇ) ରିପୋର୍ଟରୁ ଜଣାପଡ଼ିଛି। ଗତ ୧୫ ବର୍ଷ ମଧ୍ୟରେ ଦେଶର ୪୧.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୟୁନାଇଟେଡ୍‌ ନେଶନ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ଦ ଅକ୍ସଫୋର୍ଡ ପଭର୍ଟି ଆଣ୍ଡ ହ୍ୟୁମାନ୍‌ ଡେଭଲପମେଣ୍ଟ ଇନିସିଏଟିଭ୍‌ (ଓପିଏଚ୍‌ଆଇ) ପକ୍ଷରୁ ମିଳିତ ଭାବେ ୨୦୦୫-୦୬ରୁ ୨୦୧୯-୨୧ ବର୍ଷର ଡେଟାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ। ଭାରତ, କାମ୍ବୋଡିଆ, ଚାଇନା, କଙ୍ଗୋ, ହଣ୍ଡୁରାସ, ଇଣ୍ଡୋନେସିଆ, ମରକୋ, ସର୍ବିଆ ଓ ଭିଏଟ୍‌ନାମ ସମେତ ୨୫ ଦେଶ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ଏଥିରେ ଉଲ୍ଲେଖ ରହିଛି।
ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ଲୋକ ଦାରିଦ୍ର୍ୟରୁ ବାହାରିବା ଗ୍ରହଣୀୟ। ୨୦୦୫-୨୦୦୬ ମଧ୍ୟରେ ଦେଶରେ ୬୪.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାବେଳେ ୨୦୧୫-୧୬ରେ ଏହି ସଂଖ୍ୟା ହ୍ରାସ ପାଇ ୩୭ କୋଟି ଏବଂ ୨୦୧୯-୨୧ରେ ୨୩ କୋଟିରେ ପହଞ୍ଚତ୍ଛି। ସେହିପରି ୨୦୦୫-୨୦୦୬ରେ ୫୫.୧% ଦାରିଦ୍ର୍ୟ କମିଥିବାବେଳେ ୨୦୧୯-୨୧ରେ ୧୯.୪% କମିିଛି। କୋଭିଡ୍‌ ବେଳେ ଏ ସମ୍ପର୍କିତ କାର୍ଯ୍ୟରେ ସାମାନ୍ୟ ଅସୁବିଧା ହେବା ସହ ଅପେକ୍ଷାକୃତ ସ୍ବଳ୍ପ ଡେଟା ସଂଗୃହୀତ ହୋଇଛି। ୨୦୦୫-୨୦୦୬ ମଧ୍ୟରେ ପୋଷକ ଖାଦ୍ୟରୁ ବଞ୍ଚତ୍ତ ହେଉଥିବା ବର୍ଗଙ୍କ କ୍ଷେତ୍ରରେ ପାଖାପାଖି ୪୪.୩% ହ୍ରାସ ଘଟିଥିବାବେଳେ ୨୦୧୯-୨୧ ବେଳକୁ ଏହା ଆହୁରି ହ୍ରାସ ପାଇ ଶତକଡ଼ା ୧୧.୮ରେ ପହଞ୍ଚତ୍ଛି। ସେହିପରି ଶିଶୁ ମୃତ୍ୟୁ ୪.୫%ରୁ ଏବେ ୧.୫%କୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri