ଯୁକ୍ତ ୩ ସ୍ପଟ ନାମ ଲେଖା ତାଲିକା ପ୍ରକାଶିତ: କେଏସୟୁବି କଲେଜରେ ଖାଲି ଅଛି ୪୦୮ ସିଟ୍‌

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଭାଗର ନାମଲେଖା ତିନୋଟି ପର୍ଯ୍ୟାୟରେ ପୂର୍ବରୁ ସରିଛି। ଶନିବାର ଅପରାହ୍ନ ୨ଟାରେ ସ୍ପଟ ନାମ ଲେଖା ପାଇଁ ତାଲିକା ପ୍ରକାଶିତ ହୋଇଛି। ଛାତ୍ରୀଛାତ୍ରମାନେ ନିଜ ଆଇଡିରେ ନାମ ଦେଖିପାରିବେ। ରାଜ୍ୟରେ ୧୦୫୨ଟି କଲେଜରେ ଯୁକ୍ତ ୩ରେ ୨୭୩୯୯୩ଟି ସିଟ ଥିବା ବେଳେ ସେଥିମଧ୍ୟରୁ ୧୫୯୮୭୪ ଜଣ ଛାତ୍ରୀଛାତ୍ର ତୃତୀୟ ପର୍ଯ୍ୟାୟ ସୁଦ୍ଧା ନାମ ଲେଖାଇଛନ୍ତି। ବଳକା ୧ ଲକ୍ଷ ୧୪ ହଜାର ୧୧୯ ସିଟ ଖାଲି ଥିବା ବେଳେ ଉକ୍ତ ସିଟ ଗୁଡ଼ିକ ପୂରଣ ପାଇଁ ଆଜି ସ୍ପଟ ନାମ ଲେଖା ତାଲିକା ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୬୮ଟି କଲେଜରେ ୨୩୪୦୦ ସିଟ ଅଛି। ସେଥିମଧ୍ୟରୁ ୧୩୮୯୦ ଛାତ୍ରୀଛାତ୍ର ତୃତୀୟ ପର୍ଯ୍ୟାୟ ସୁଦ୍ଧା ନାମ ଲେଖାଇଛନ୍ତି। ବଳକା ୯୫୧୦ ସିଟ ଖାଲି ପଡ଼ିଛି। ବାଣିଜ୍ୟରେ ୩୧୯୬୪ ସିଟ ରାଜ୍ୟରେ ଥିବା ବେଳେ ସେଥିରୁ ୧୪୨୬୪ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। କଳାରେ ୧୫୫୩୪୪ ସିଟ ଥିବା ବେଳେ ସେଥିରୁ ୧୦୧୮୮୫ ଜଣ ନାମ ଲେଖାଇଛନ୍ତି। ବିଜ୍ଞାନରେ ରାଜ୍ୟରେ ୭୨୪୨୧ ସିଟ ଥିବା ବେଳେ ୪୯୫୧୯ ଜଣ ନାମ ଲେଖାଇଛନ୍ତି। ସଂସ୍କୃତ ସମେତ ଅନ୍ୟାନ୍ୟ ବିଭାଗରେ ମଧ୍ୟ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ସ୍ପଟ ନାମ ଲେଖା ପାଇଁ ତାଲିକା ପ୍ରକାଶିତ ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଓ ବିଜ୍ଞାନ ରେ ସର୍ବମୋଟ ୮୯୬ ସିଟ ଥିବା ବେଳେ ସେଥିରୁ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୪୮୮ ଜଣ ନାମ ଲେଖାଇଛନ୍ତି। ବଳକା ସିଟ ପୂରଣ ପାଇଁ ଆଜି ତାଲିକା ପ୍ରକାଶିତ ହୋଇଛି। କିନ୍ତୁ ବାଣିଜ୍ୟରେ ୨୫୬ ସିଟ ଅନୁମୋଦନ ହୋଇଥିବା ବେଳେ ଆଜକୁ ବହୁବର୍ଷ ହେବ ୨୦ ରୁ ୩୦ ପ୍ରତିଶତ ଛାତ୍ରୀଛାତ୍ର ହିଁ ନାମ ଲେଖାଉଛନ୍ତି। ବଳକା ସିଟ ଖାଲି ପଡ଼ୁଛି। କଳା ସିଟ ପ୍ରତିବର୍ଷ ପ୍ରାୟ ପୂରଣ ହେଉଥିବା ବେଳେ ବିଜ୍ଞାନରେ କିଛି ସିଟ ଖାଲି ପଡ଼ୁଛି। ସ୍ପଟ ନାମ ଲେଖା ୧୫ ଓ ୧୬ ତାରିଖ ଦୁଇଦିନ ହେବ। ତେଣୁ କେଏସୟୁବି କଲେଜ ଡିଇଓ ଅଜିତ କୁମାର ସାହୁ ଏବଂ ନାମ ଲେଖା ଦାୟିତ୍ୱରେ ଥିବା ଅଧ୍ୟାପକ ଦୁର୍ଗା ମାଧବ ସାହୁ ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି। ଅଧକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥୀ ନାମ ଲେଖା ପ୍ରକ୍ରିୟାକୁ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri