ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ

ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ ଜାଣି ରଖନ୍ତୁ, ଯେଉଁଠିକୁ ଯିବା ଯାତ୍ରାରେ ପାଣି ଫିଙ୍ଗିବା ସହ ସମାନ।

ଚେନ୍ନାଇ:
ବର୍ଷାଦିନେ ଚେନ୍ନାଇ ଯିବା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଏହି ଦିନରେ ସେଠାରେ ବନ୍ୟାର ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ରାସ୍ତାରେ ଯିବାଆସିବା ସମ୍ଭବ ହୋଇ ନ ଥାଏ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କଷ୍ଟକର ହୋଇଥିବା ହେତୁ ଆପଣ ଭଲ ଭାବେ ବୁଲି ନ ପାରନ୍ତି।

ମୁମ୍ବାଇ:
ବର୍ଷାଦିନେ ମୁମ୍ବାଇ ଅବସ୍ଥା ମଧ୍ୟ ଚେନ୍ନାଇ ଭଳି ହୋଇଥାଏ। ବର୍ଷାଦିନେ ଏଠାକୁ ଯାତ୍ରା କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ।

ଉତ୍ତରାଖଣ୍ଡ:
ବର୍ଷାଦିନେ ଉତ୍ତରାଖଣ୍ଡ ଯାତ୍ରା ଅଧିକ ବିପଦପୂର୍ଣ୍ଣ। ଏଠାରେ ବାଦଲ ଫାଟିବା ଓ ଅତଡ଼ା ଖସିବା ପରି ଅସୁବିଧା ଦେଖାଦେଇଥାଏ।

ସିକିମ୍‌:
ସିକିମ୍‌ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ମାତ୍ର ବର୍ଷାଦିନେ ଏହାର ଅବସ୍ଥା ବୁଲିବାଯୋଗ୍ୟ ହୋଇନଥାଏ।

ତେଣେୁ ବର୍ଷାଦିନେ ଏହିସବୁ ଜାଗା ଯିବା ଆପଣଙ୍କ ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ।