ଉପରେ ଧାନ କୁଣ୍ଡା ବସ୍ତା, ଭିତରେ ବୋଝେଇ ହୋଇଛି ଶାଳ କାଠ; ମାଡ଼ି ବସିଲା ତୁମୁଡ଼ିବନ୍ଧ ବନ ବିଭାଗ… 

ତୁମୁଡିବନ୍ଧ,୨୧।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳର କୁର୍ତୁମ ଗଡ଼ ସେକ୍ସନର କରକୁଡୁପା ପାଞ୍ଚାୟତର ଜାକିଙ୍ଗିଆ ଜଙ୍ଗଲରେ ଶାଳକାଠ ବୋଝେଇ ଏକ ୪୦୭ ଗାଡ଼ିକୁ ଜବତ କରିବାରେ ତୁମୁଡିବନ୍ଧ ବନ ବିଭାଗ ସଫଳ ହୋଇଛି ।
ସୂଚନା ଅନୁସାରେ ଶୁକ୍ରବାର ରାତିରେ ଗାଡ଼ି ନଂ ଓ଼ଆର ୦୨ବିଜେ ୬୮୦୭ ଏକ ୪୦୭ଡାଲା ଗାଡିରେ ୭୫ଖଣ୍ତ ଶାଳ କାଠ କୁର୍ତୁମ ଗଡ଼ ଜକିଙ୍ଗିଆ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା  କୌଣସି ପ୍ରକାରେ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ଖବର ପାଇଥିଲେ। ପରେ ସେ ସଦଳବଳ ବାଟରେ ଜଗି ରହିଥିଲେ। ଗାଡ଼ି ଡ୍ରାଇଭର ଓ କାଠ ମାଫିଆ କୌଣସି ପ୍ରକାରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବନ ବିଭାଗର ଅଧିକାରୀମାନେ ଗାଡ଼ିରେ ଶାଳ କାଠ ଥିବା ଦେଖିବାକୁ ପାଇଥିଲେ। ଏହାକୁ ଏକାଧିକ ଧାନ କୁଣ୍ଡା ବସ୍ତା ବିଛାଇ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା ।  ତେବେ ଉକ୍ତ 407 ଗାଡିଟିକୁ ଜବତ କରି ତୁମୁଡିବନ୍ଧ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି। ଜବତ ହୋଇଥିବା ଶାଳ କାଠ ମୂଲ୍ୟ ଆନୁମାନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

ଏହି ଗାଡିକୁ ଜବତ କରିବାପାଇଁ ସ୍ବତନ୍ତ୍ର ଏକ ଦଳ ଗଠନ କରି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦଳରେ ବନପାଳ ଟିଙ୍କୁ ବେହେରା , ବନରଖି ସୌଦାମିନୀ ସାମଲ, ଶଶୀଳ କୁମାର ପ୍ରଧାନ, ରଜନୀକାନ୍ତ ଛୋଟରାୟ ଏବଂ ଫରେଷ୍ଟ ପ୍ରଟେକ୍ସନ ଦଳ ସମିଥିଲେ l ତେବେ ଗାଡିଟିକୁ ଜବତ କରି ଏକ ମାମଲା ୮/୨୫-୨୬ ରେ ରୁଜୁ କରି ତଦନ୍ତ ଜାରି ରହିଥିବା ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀଚରଣ ବେହେରା ସୂଚନା ଦେଇଛନ୍ତି l

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ: ପରୀକ୍ଷା ଦେଲେ ୨୫ହଜାର ୫୨୮ ଶିକ୍ଷାର୍ଥୀ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri