ବରଗଡ଼ରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୧୧ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଶୁକ୍ରବାର ଜିଲାରେ ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩୯ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୫୦ଜଣ ବରଗଡ଼ ପୌରାଞ୍ଚଳର ଅଟନ୍ତି। ସେହିପରି ବରଗଡ଼ ବ୍ଲକର ୧୭, ଭଟଲି ବ୍ଲକର ୫, ଅତାବିରା ବ୍ଲକର ୪, ବରପାଲି ଏନ୍‌ଏସିର ୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ସହିତ ଅମ୍ବାଭୋନା, ବିଜେପୁର, ସୋହେଲା, ବରପାଲି, ଭେଡେନ୍‌, ପାଇକମାଳ ବ୍ଲକ, ପଦ୍ମପୁର, ଅତାବିରା ଏନ୍‌ଏସିର ୨ଜଣ ଲେଖାଏ, ଗାଇସିଲେଟ ବ୍ଲକରେ ଜଣେ ଏବଂ ଏଠାରେ ଚିକିତ୍ସାଧୀନ ଅନ୍ୟ ଜଣେ ଆକ୍ରାନ୍ତ ଅଛନ୍ତି। ଜିଲାର ଆକ୍ରାନ୍ତଙ୍କ ମଧ୍ୟରୁ ୨୩୩୬ ଜଣ ସୁସ୍ଥ ହୋଇ ଥିବାବେଳେ ୯ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୬୯୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଏବଂ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସାଧୀନ ଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।