ସ୍ବାଧିନତା ଲାଭ କଲା ବାରବାଡୋସ୍‌, ୪୦୦ ବର୍ଷର ବ୍ରିଟିଶ ଶାସନ ଶେଷ…

ବ୍ରିଜ୍‌ଟାଉନ୍‌,୩୦।୧୧: ପ୍ରାୟ ୪୦୦ ବର୍ଷ ଧରି ବ୍ରିଟିଶ ଶାସନରେ ରହିବା ପରେ କାରିବିଆନ ଦେଶ ବାରବାଡୋସ୍‌ ସ୍ବାଧୀନତା ଲାଭ କରିଛି। ବାରବାଡୋସ ନିଜକୁ ଏକ ଗଣତନ୍ତ୍ର ଭାବେ ଘୋଷଣା କରି ବ୍ରିଟେନର ରାଜତନ୍ତ୍ରକୁ ଦେଶରେ ରଦ୍ଦ କରିଛି। ସ୍ବାଧିନତା ହାସଲ କରିବା ପରେ ବାରବାଡୋସର ହଜାର ହଜାର ଲୋକ ମଧ୍ୟରାତ୍ରିରେ ରାଜଧାନୀର ଚାମ୍ବରଲିନ ବ୍ରିଜରେ ପହଞ୍ଚି ଉତ୍ସାହର ସହ ଏହାକୁ ପାଳନ କରିଛନ୍ତି। ଏହା ସହିତ ସାନ୍ଦ୍ରା ମସୋନ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି। ଗତ ସପ୍ତାହରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ ମସୋନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

ରାଷ୍ଟ୍ରପତି ମସୋନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମର ଔପନିବେଶିକ ଅତୀତକୁ ଛାଡିବାର ସମୟ ଆସିଛି। ବାରବାଡୋସର ଲୋକମାନେ ଚାହାଁନ୍ତି ଯେ ସେମାନଙ୍କ ଦେଶର ବ୍ୟକ୍ତି ଦେଶର ମୁଖ୍ୟ ହୁଅନ୍ତୁ। ଅପରପକ୍ଷରେ ବ୍ରିଟେନର ପ୍ରିନ୍ସ ଚାଲର୍‌ସ କହିଛନ୍ତି ଯେ ଏହି ସାମ୍ବିଧାନିକ ପରିବର୍ତ୍ତନ ପରେ ମଧ୍ୟ ବ୍ରିଟେନ ଏବଂ ବାରବାଡୋସ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏହି କାର୍ଯ୍ୟକ୍ରମରେ ବାରବାଡୋସ କବି ୱିନଷ୍ଟନ ଫାରେଲ କହିଛନ୍ତି ଯେ ଔପନିବେଶିକ ସମୟ ସମାପ୍ତ ହୋଇଛି।

ଦାସତ୍ୱରୁ ମୁକ୍ତି ପାଇ ଗଣରାଜ୍ୟ ମାନ୍ୟତା ମିଳିବା ପରେ ୨୧ ତୋପର ସଲାମୀ ଦିଆଯାଇଥିଲା ଏବଂ ଜନଗହଳିପୂର୍ଣ୍ଣ ହିରୋଜ୍‌ ସ୍କୋୟାରରେ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ପରିବର୍ତ୍ତନ ପରେ, ଆଶା କରାଯାଉଛି ଯେ ପୂର୍ବ ଉପନିବେଶଗୁଡିକ ବ୍ରିଟିଶ ରାଜତନ୍ତ୍ରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri