୪୦୦ କୋଟି କ୍ଲବରେ ‘ଗଦର-୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ‘ଗଦର-୨’ ବର୍ତ୍ତମାନ ୪୦୦ କୋଟିର କ୍ଲବରେ ଯୋଗ ଦେଇଛି। ଏହି ଫିଲ୍ମଟି ମାତ୍ର ୧୨ ଦିନ ମଧ୍ୟରେ ୪୦୦ କୋଟି ମାର୍କ ଅତିକ୍ରମ କରିଛି। ସନି ଦେଓଲ ଏବଂ ଅମିଶା ପଟେଲ ପୁଣି ଥରେ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।
ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ‘ଗଦର-୨’ ରିଲିଜ୍‌ର ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରୁଛି। ପ୍ରଥମ ଦିନ ଫିଲ୍ମଟି ୪୦.୧୦ କୋଟି ସଂଗ୍ରହ କରିଥିଲା। ପ୍ରଥମ ସପ୍ତାହ ଶେଷ ସୁଦ୍ଧା ୨୦୦ କୋଟି କ୍ଲବରେ ଯୋଗ ଦେଇଥିଲା।
ଏହି ଫିଲ୍ମରେ ସନ୍ନି ଦେଓଲ, ଅମିଶା ପଟେଲଙ୍କ ସହ ଉତ୍କର୍ଷ ଶର୍ମା ଏବଂ ମନୀଷ ୱାଡୱା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

Share