ହସ୍ତାନ୍ତର ହୋଇନି ୪୦୦ ଏକର ଜମି

ଯାଜପୁର ଅଫିସ,୧୨।୪: ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ନଂ.ଜାତୀୟ ରାଜପଥ(ଏନ୍‌ଏଚ୍‌)ପ୍ରକଳ୍ପ ଫଳକରେ ସୀମିତ ରହିଛି। ଏଥିପାଇଁ ପ୍ରାୟ ୪୦୦ ଏକର ଜମି ଏନ୍‌ଏଚ୍‌ଏଆଇକୁ ଏଯାଏ ହସ୍ତାନ୍ତର ହୋଇ ନ ଥିବାରୁ କାମ ଆରମ୍ଭ ହୋଇ ପାରିନାହିଁ। ଏହି ମର୍ମରେ ଉତ୍ତରାଞ୍ଚଳ ଜାତୀୟ ରାଜପଥ ସର୍କଲର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର କାର୍ଯ୍ୟାଳୟ ପକ୍ଷରୁ ଅଧ ଏକର ସରକାରୀ ଜମି ଏବଂ ଏକ ସରକାରୀ ଗୃହ ଯୋଗାଇ ଦେବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରାଯାଇଛି।
ଧନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥର ପରିକଳ୍ପନା କରାଯାଇଛି। ଏହା ଯାଜପୁର ଜିଲାର କୁଆଖିଆ ଛକଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ୪ ଓ ୨ ଲେନ୍‌ ବିଶିଷ୍ଟ ରାଜପଥ ନିର୍ମାଣ କରାଯିବ। ୨୦୧୫ ସେପ୍ଟେମ୍ବର ୧୭ରେ ୨୦ ନଂ. ଜାତୀୟ ରାଜପଥ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ଜିଲାର କୁଆଖିଆଠାରୁ ସମୁଦାୟ ୧୩୯ କିମି ବିଶିଷ୍ଟ ଏହି ପ୍ରକଳ୍ପର ଡିଟେଲ ପ୍ରୋଜେକ୍ସ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ଇଗିସ(ଇଆଇଜିଆଇଏସ୍‌) ଇଣ୍ଡିଆ କନ୍ସଲଟିଂ ଇଞ୍ଜିନିୟର୍ସ ପ୍ରାଇଭେଟ ଲିଃକୁ ଦାୟିତ୍ୱ ଦିଆଯାଇଥିଲା ା କେବଳ ଡିପିଆର ପ୍ରସ୍ତୁତି ପାଇଁ ୪ କୋଟି ୬୮ ଲକ୍ଷ ୮୩ ହଜାର ୨୨୮ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା ା ୨୦ନଂ. ଏନ୍‌ଏଚ୍‌ କୁଆଖିଆ-ସାତଭାୟା ସେକ୍ସନ ପ୍ରକଳ୍ପର ଡିପିଆର କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ଏପରି କି ୩୧ା୩ା୨୦୨୨ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ୬୩୬.୧୦ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଏହାସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହୋଇଥିବାବେଳେ ପ୍ରାୟ ୪୦୦ ଏକର ଜମି ଅଧିଗ୍ରହଣ ଶେଷ ହୋଇ ପାରି ନ ଥିବାରୁ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନାହିଁ ବୋଲି ଏନ୍‌ଏନ୍‌ର ଚିଫ କନଷ୍ଟ୍ରକ୍ସନ ଇଞ୍ଜିନିୟର କାର୍ଯ୍ୟାଳୟରୁ ଜଣାପଡିଛି।
ଏହି ରାସ୍ତାଦେଇ ଦୈନିକ ହଜାର ହଜାର ଗାଡି ଯାତାୟତ କରୁଛି ା ବିଶେଷକରି ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତା ବିରଜାକ୍ଷେତ୍ର, ଆରଡି, ଚାନ୍ଦବାହାଲି ଓ ରାଜକନିକାକୁ ଛୁଇଁବ ା ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ହେଲେ ବିରଜାମନ୍ଦିର ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଯାତାୟତ ସହଜ ହୋଇ ପାରିବ । କିନ୍ତୁ ଏଯାଏ ଜମି ଅଧିଗ୍ରହଣ ସହ ଅନ୍ୟାନ୍ୟ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ନିର୍ଦ୍ଧାରିତ ସମୟରେ ରାସ୍ତା ସମ୍ପୂର୍ଣ୍ଣ ହେବା ନେଇ ସଂଶୟ ପ୍ରକାଶ ପାଇଛି ା ଏହାବାଦ୍‌ ଏହି ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ ବର୍ତ୍ତମାନ ପ୍ରାୟ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ତଥାପି ସମ୍ପୃକ୍ତ ଅଧିକାରୀମାନେ ଏନ୍‌ଏଚ୍‌ ନିର୍ମାଣରେ ତପତ୍ରତା ପ୍ରକାଶ କରୁ ନ ଥିବା ମନେ ହେଉଛି। ଏହାସହ କୁଆଖିଆ, ଯାଜପୁର ଓ ଆରଡି ଅଞ୍ଚଳରେ ନୂତନ ବାଇପାସ୍‌ ନିର୍ମାଣ ହେବା ପାଇଁ ୨୦୧୭ ଅଗଷ୍ଟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକକୁ ଇତିମଧ୍ୟରେ ୬ ବର୍ଷ ପୁରିବାକୁ ଯାଇଥିଲେ ହେଁ କୌଣସି ଅଗ୍ରଗତି ନ ହେବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯାଜପୁର ଟାଉନରେ ଉତ୍ତରାଞ୍ଚଳ ଏନଏଚ୍‌ର ଦୁଇଟି ସେକ୍ସନ କାର୍ଯ୍ୟାଳୟ ରହିବ। ଏଥିପାଇଁ ଅଧ ଏକର ସରକାରୀ ଜମି ସହ ଗୃହର ଆବଶ୍ୟକତା ରହିଛି। ତେଣୁ ଉପରୋକ୍ତ ଭାବେ ଜମି ଏବଂ ସରକାରୀ ଗୃହ ଯୋଗାଇ ଦେବାକୁ ଏନ୍‌ଏଚ୍‌ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri