୪୦ ବର୍ଷରେ ଗର୍ଭବତୀ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ କିଶ୍ୱର ମର୍ଚ୍ଚେଣ୍ଟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କିଶ୍ୱର ଏବଂ ତାଙ୍କ ସ୍ବାମୀ ସୁୟଶ ରାୟ ଆଗାମୀ ଅଗଷ୍ଟରେ ମା’ବାପା ହେବାକୁ ଯାଉଛନ୍ତି। କିଶ୍ୱର ଏବେ ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ଅନେକ ସମୟରେ ବେବି ବମ୍ପ ସହ ସେ ଫଟୋ ଉଠାଇ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରୁଛନ୍ତି। ଏବେ ସେ ନିଜର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ବାଥ୍‌ରୁମ୍‌ରେ ଦର୍ପଣ ସାମ୍ନାରେ ଛିଡାହୋଇ ନିଜର ପେଟକୁ ଆଉଁଶୁଥିବାର ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ସେ ବେବି ବମ୍ପ୍‌ ସହ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି। ଭିଡିଓ ଶେୟାର କରି ସେ ଲେଖିଛନ୍ତି, ତୁ କେଉଁଠି ଅଛୁ, ମୋ ପେଟରେ ଅଛୁ ତ? ତେବେ ବିଶ୍ୱର ୪୦ ବର୍ଷରେ ମା’ ହେବାକୁ ଯାଉଛନ୍ତି।

Share