Categories: ଜାତୀୟ

ହୁଇସିଲ ମାରିବାରୁ ପିଟିଲେ ସାର୍‌, ହସ୍ପିଟାଲରେ ୧୦ ଛାତ୍ର

ଫତେହାବାଦ୍‌,୭।୯: କ୍ଲାସରେ ହୁଇସିଲ ମାରିବାକୁ ନେଇ ୪୦ ଛାତ୍ରୀଛାତ୍ରଙ୍କୁ କିଛି ଶିକ୍ଷକ ବାଡ଼ିରେ ମାଡ଼ ମାରିଥିବା ହରିୟାଣାର ଫତେହାବାଦ ଜିଲା ତୋହାନା ଥାନାରେ ଅଭିଯୋଗ ହୋଇଛି। ୧୦ ଜଣ ଛାତ୍ରୀଛାତ୍ର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସୋମବାର ଅପରାହ୍ନ ୧୧ଟାରେ ଏକାଦଶ ଶ୍ରେଣୀର ଜଣେ ଛାତ୍ର କ୍ଲାସରେ ହୁଇସିଲ ମାରିଥିଲେ। କିଏ ହୁଇସିଲ ମାରିଲା ବୋଲି ଶିକ୍ଷକ ପଚାରିବାରୁ କେହି ଉତ୍ତର ଦେଇ ନ ଥିଲେ। ତା’ ପରେ କ୍ଲାସର ସମସ୍ତ ୪୦ ଛାତ୍ରଙ୍କୁ ବାଡ଼ିରେ ମାଡ଼ ମାରିଥିଲେ କିଛି ଶିକ୍ଷକ।

ମାଡ଼ ଖାଇଥିବା କିଛି ଛାତ୍ରଙ୍କ ଅଭିଭାବକ ଥାନାରେ ସ୍କୁଲ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଦୁଇ ଛାତ୍ରଙ୍କୁ ଚରନଜିତ ସିଂ ନାମକ ଜଣେ ଶିକ୍ଷକ ଜାତିଗତ ଗାଳି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ଅଭିଭାବକଙ୍କୁ ଜଣାଇଲେ ସ୍କୁଲରୁ ରଷ୍ଟିକେଟ୍‌ କରିବାକୁ ଚରନଜିତ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।

Share