Categories: ଜାତୀୟ

ଫସିରହିଥିବା କୈଳାସ ତୀର୍ଥଯାତ୍ରୀଙ୍କୁ ୩୬ ଘଣ୍ଟା ପରେ ଉଦ୍ଧାର

ଡେରାଡୁନ୍‌,୧୭।୭: ୩୬ ଘଣ୍ଟା ପରେ ଫସିରହିଥିବା ୪୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କୁ ରବିବାର ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡ କୈଳାସ ମାନସରୋବର ରାସ୍ତାରେ ବଡ଼ବଡ଼ ଶିଳାଖଣ୍ଡ ଯୋଗୁ ରାସ୍ତା ବନ୍ଦ ରହିଥିଲା। ଫଳରେ କୈଳାସ ଯାତ୍ରାରୁ ଫେରିବା ବେଳେ ତୀର୍ଥଯାତ୍ରୀମାନେ ବୁନ୍ଦି ଗ୍ରାମରେ ଫସିରହିଥିଲେ। ତେବେ ୩୬ ଘଣ୍ଟା ପରେ ହେଲିକପ୍ଟର ଯୋଗେ ସେମାନଙ୍କୁ ଧର୍ଚୁଲାକୁ ଅଣାଯାଇଥିଲା।
ପ୍ରଶାସନର ସୂଚନାନୁସାରେ, କୈଳାସ ଯାତ୍ରା ମାର୍ଗରେ ରାସ୍ତାରେ ବଡ଼ବଡ଼ ଶିଳାଖଣ୍ଡ ଥିବାରୁ ରାସ୍ତା ବନ୍ଦ ରହିଥିଲା। ଫଳରେ ତୀର୍ଥଯାତ୍ରୀମାନେ କୈଳାସ ଯାତ୍ରାରୁ ଫେରିବା ବେଳେ ବୁନ୍ଦିରେ ଅଟକି ରହିଥିଲେ। ୩୬ ଘଣ୍ଟା ଧରି ଅଟକି ରହିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ, ରାଜ୍ୟରେ କାଉଡିଆ ଯାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ ହେବା ସହ ଡ୍ରୋନ୍‌ ମଧ୍ୟ ନିୟୋଜିତ କରାଯାଇଛି।

Share