ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ ବିଜୟୀ ହେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଇତ୍ୟାଦି। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ କହିବା ସହ ପୋଲିସ ରାଜରାସ୍ତାରେ ଅମାନିଆକୁ ଜଗି ରହିଛି। ଏହାରି ଭିତରେ ମୁମ୍ବାଇର ସର୍ବାଧିକ ପୋଲିସ ଓ ସୁରକ୍ଷାକର୍ମୀ କରୋନା ଭାଇରସର ଶିକାର ମଧ୍ୟ ହୋଇ ସାରିଲେଣି। ସେହିପରି ଚେନ୍ନାଇର ମଧ୍ୟ କେତେଜଣ ପୋଲିସ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏବେ ଏମାନଙ୍କ ମଧ୍ୟରୁ କେତେଜଣ ସୁସ୍ଥ ହୋଇଯାଇଥିବା ବେଳେ ଗୁରୁବାର ୪୦ ପୋଲିସ ଚେନ୍ନାଇର ରାଜୀବ ଗାନ୍ଧୀ ଜେନରାଲ ହସ୍ପିଟାଲରେ ଅନ୍ୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିଛନ୍ତି। ଏହି ସମୟରେ ତାମିଲନାଡୁର ସ୍ବାସ୍ଥ୍ୟମନ୍ତ୍ରୀ ଡା. ସି ବିଜୟ ଭାସ୍କର ଉପସ୍ଥିତ ରହିଥିଲେ।

Share