କରୋନା ସଂକ୍ରମିତ ୪୦ ପ୍ରତିଶତ ରୋଗୀଙ୍କ ପାଖରେ ନାହିଁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୯।୮: ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣ ୨କୋଟିରେ ପହଞ୍ଚି ସାରିଲାଣି। ଏହାସହ ୭.୨୯ ଲକ୍ଷ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ବି ହେଲାଣି। ତେବେ ଏମାନଙ୍କ ଭିତରୁ ଅଧିକାଂଶ ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା କୁହାଯାଉଛି। ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି ପାଖାପାଖି ୪୦ ପ୍ରତିଶତ କରୋନା ରୋଗୀଙ୍କ ପାଖାରେ ଏହାର କୌଣସି ଲକ୍ଷଣ ନାହିଁ। ଏସିମ୍ପଟୋମାଟିକ ବା ବିନା ଲକ୍ଷଣ ଥିବା କରୋନା ରୋଗୀ ସମାଜ ପାଇଁ ଭଲ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜର୍ନାଲ ଅଫ୍‌ ଇଣ୍ଟରନାଲ ମେଡିସିନରେ ଚଳିତ ମାସରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ମହାମାରୀର ଆରମ୍ଭରେ ଯେତେବେଳେ ଲୋକେ ମାସ୍କ ପିନ୍ଧୁ ନ ଥିଲେ ସେତେବେଳେ ବିନା ଲକ୍ଷଣ ରୋଗୀଙ୍କ ସଂଖ୍ୟା ୧୫ ପ୍ରତିଶତ ଥିଲା। ହେଲେ ଯେତେବେଳେ ଲୋକେ ମାସ୍କ ପିନ୍ଧିବା ଅଭ୍ୟାସରେ ପକାଇଲେ ସେତେବେଳେ ଏସିମ୍ପଟୋମେଟିକ ରୋଗୀଙ୍କ ହାର ୪୦-୪୫ ପ୍ରତିଶତ ହୋଇଗଲା। ମାସ୍କ ପିନ୍ଧିବା ଦ୍ୱାରା ଜଣେ ନଜକୁ ସଂକ୍ରମଣରୁ ରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣରୁ ରକ୍ଷା କରିପାରିଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share