୪୦% ବିଦେଶ ଫେରନ୍ତା ଦେଇଛନ୍ତି ଭୁଲ ଠିକଣା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଓମିକ୍ରନକୁ ନେଇ ସମଗ୍ର ଦେଶକୁ ଚିନ୍ତା ଘାରିଛି । ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏ ଯାଏ କେହି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ହେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦%ଙ୍କ ପତ୍ତା କରାଯାଇପାରୁନି। ସେମାନେ ଦେଇଥିବା ପତ୍ତା ଭୁଲ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ।
ସୂଚନାଯୋଗ୍ୟ, ଏବେ ସୁଦ୍ଧା ଆକ୍ରାନ୍ତ ରାଷ୍ଟ୍ରରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । ହେଲେ ସେମାନଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି । ଏହି ବ୍ୟକ୍ତିମାନେ ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି । ଏୟାର ସୁବିଧା ପୋର୍ଟାଲରେ ସେଲ୍ଫ ଡିକାରେଶନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି । ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରାନ୍ତ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିନି।