Posted inଜାତୀୟ

ଜଙ୍ଗଲରୁ ମିଳିଲା ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ

ଅମରାବତୀ,୨୬।୧୦: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଏଭଳି ଘଟିଥିବା କୁହାଯାଉଛି। ବୁଦା ଭିତରେ ଗଦା ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପଶୁ ଅଧିନିୟମ ଅନୁଯାୟୀ ମାମଲା ଦାୟର କରିଥିବା ଜଣାପଡିଛି। ଶ୍ରୀକାକୁଲମର କାସିଗୁଗା ବନ ଅଧିକାରୀ ମୁରଲୀ କୃଷ୍ଣ ଏହି ଘଟଣାକୁ ନେଇ କହିଛନ୍ତି ଯେ, ଜିଲାରେ ଏଭଳି ଘଟଣା ଆମେ କେବେ ଦେଖି ନ ଥିଲୁ। କେହି ଜଣେ ମାଙ୍କଡକୁ ଟ୍ରାକ୍ଟରରେ ଆଣି ଗାଁ ଜଙ୍ଗଲ ନିକଟରେ ଛାଡିଦେଇଛି। ମାଙ୍କଡମାନଙ୍କର ଏକ ପୋଷ୍ଟମର୍ଟମ କରାଯାଇଛି। ୫ ଦିନ ମଧ୍ୟରେ ରିପୋର୍ଟ ଆସିଯିବ। ପଶୁ ଅଧିନିୟମ ଅନୁଯାୟୀ ଏକ ମାମଲା ଦାୟର କରାଯିବା ସହ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଭାଜପା ଶିବିରରୁ ଆସିଲା ବଡ଼ ଖବର: ଇସ୍ତଫା ଦେଲେ ଏହି ନେତା!

ନୂଆଦିଲ୍ଲୀ,୩୧।୭: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନାୱାଲା ଭାଜପାରୁ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଜପାରେ ଦୀର୍ଘ ଦିନରୁ ମୁଖପାତ୍ର ଥିବା ଶେହଜାଦ…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri