୪୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ଚାଷୀ ଓ ଚାଷ ପାଇଁ ଉଠାଜସେଚନ ବିଭାଗର କୁମ୍ଭୀର କାନ୍ଦଣା ଓ ଠିକାଦାର ପ୍ରତି ପଦାରେ ପଡିଛି। ୪୦ ଲକ୍ଷ ବ୍ୟୟରେ ଭୂତଳ ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ନୟାଗଡ଼ ବ୍ଲକ କ୍ରୀଦାଶପୁର ପଞ୍ଚାୟତର କ୍ରୀଦାଶପୁର ଡାହୁକା ନଦୀ କୂଳରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଅଚଳ ହେବା ପରେ ଏହା ସ୍ପଷ୍ଟ ହୋଇ ଯାଇଛି। ୪୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇ ଟେଷ୍ଟିଂ କରାଯାଇଥିଲା। ତେବେ ପ୍ରକଳ୍ପଟି ସଚଳ ଥାଇ ୧ବର୍ଷ ହେଲା ପଡି ରହିଥିଲେ ମଧ୍ୟ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇ ନ ଥିଲା। ଚାଷୀ ଜମିରେ ଜଳସେଚନ କରିବାର ସୁବିଧା ପାଇବା ପୂର୍ବରୁ ୧ମାସ ତଳେ ତାର ଚୋରି ହୋଇଥିଲା। ଗତ ମଙ୍ଗଳବାର ରାତିରେ ଟ୍ରାନ୍ସଫର୍ମର ଖୋଳାଟି ପ୍ରକଳ୍ପ ପାଖରେ ପକାଇ ଏହା ଭିତରର ତମ୍ବା ଓ ଅନ୍ୟ ଉପକରଣ ଚୋରି ହୋଇଛି। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲେ ୫୦୦ ହେକ୍ଟର ଜମିରେ ଜଳ ମାଡିଥାନ୍ତା ବୋଲି ଲକ୍ଷ୍ୟ ରହିଥିଲା। କ୍ରୀଦାଶପୁର ପରି ଜିଲାର ବିଭିନ୍ନ ସ୍ଥାନରେ ଉଠାଜଳସେଚନ ବିଭାଗର ପ୍ରକଳ୍ପକୁ ଅନୁଧ୍ୟାନ କଲେ ବିଭାଗ ଠିକାଦାରଙ୍କୁ କାମ ଦେଇ କେବଳ ପ୍ରକଳ୍ପ ଶେଷ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ ଉଠିଲାଣି। ସେପଟେ ପ୍ରକଳ୍ପ କାର୍ଯ୍ୟ କରୁ କି ନାହିଁ ସେଥିରେ ତାଙ୍କର ଯାଆସ ନ ଥିଲା ପରି ଅନୁଭବ ହେଉଛି। ଉଠଜଳସେଚନ ବିଭାଗ ସରକାରଙ୍କ ରାଜସ୍ବକୁ ଅପବ୍ୟୟ କରୁଥିବାର ଅଭିଯୋଗ ଉଠିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହା ଯାଉଛି।
ନୟାଗଡ଼ ଜିଲାର ନୟାଗଡ଼ ବ୍ଲକରେ ୧୫୩୨, ଓଡ଼ଗାଁ ବ୍ଲକରେ ୨୧୨୦, ଖଣ୍ଡପଡ଼ା ବ୍ଲକରେ ୩୦୫୪, ଭାପୁର ବ୍ଲକରେ ୨୦୮୦, ଗଣିଆ ବ୍ଲକରେ ୧୨୯୬, ଦଶପଲ୍ଲା ବ୍ଲକରେ ୯୮୦, ନୂଆଗାଁ ବ୍ଲକରେ ୧୬୦୦ ଓ ରଣପୁର ବ୍ଲକରେ ୧୪୧୬ ଏପରି ମୋଟରେ ୧୪ ହଜାର ୪୭୮ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ରହିଛି। ଏଥିରୁ ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଅଚଳ ହୋଇ ପଡିଛି। କିନ୍ତୁ ବିଭାଗ ପକ୍ଷରୁ ୯ ହଜାର ୫୮୩ ପ୍ରକଳ୍ପ କାମ କରୁଛି ବୋଲି କୁହାଯାଉଛି। ଉଠାଜଳସେଚନ ବିଭାଗର ରିପୋର୍ଟ ଓ ଗ୍ରାଉଣ୍ଡ ଜିରୋକୁ ଅନୁଧ୍ୟାନ କଲେ ଅଧିକାଂଶ ପ୍ରକଳ୍ପ ଅଚଳ ଏହା ବିଭିନ୍ନ ସମୟରେ ସ୍ପଷ୍ଟ ହେଉଛି। ଉଠାଜଳସେଚନ ବିଭାଗର ପ୍ରକଳ୍ପଗୁଡିକ ଅଚଳ ବୋଲି ବିଭିନ୍ନ ସମୟରେ ଜିଲା ପରିଷଦ, ପଞ୍ଚାୟତ ଓ ପଞ୍ଚାୟତ ସମିତି ବୈଠକରେ ଉଦ୍‌ବେଗ, ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇ ଆସୁଛି। ତେବେ ଏହାର ପ୍ରତିକାର ନାହିଁ। ଅନ୍ୟପକ୍ଷେ ଉଠାଜଳସେଚନ ବିଭାଗର ପ୍ରକଳ୍ପଗୁଡିକ ଜଳସେଚନ କାମରେ ଳାଗୁନି ବୋଲି ଚାଷୀ ମଧ୍ୟ ଅଭିଯୋଗ କରି ଆସୁଛନ୍ତି। ଉଠଜଳସେଚନ ବିଭାଗର ପ୍ରକଳ୍ପଗୁଡିକ କାହିଁକି କାମରେ ଲାଗୁନି ବୋଲି ଚାଷୀଙ୍କ ପକ୍ଷରୁ ପ୍ରଶ୍ନ ଉଠିଲାଣି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, କ୍ରୀଦାଶପୁରରେ ହୋଇଥିବା ପ୍ରକଳ୍ପରୁ କୀଦାଶପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୫୦୦ ହେକ୍ଟର ଜମିରେ ପାଣି ମାଡିଥାନ୍ତା। ଭୂତଳ ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ପ୍ରକଳ୍ପର କାର୍ଯ୍ୟ ହୋଇଥିବାରୁ ଜଳସେଚନ କ୍ଷେତ୍ରରେ ଚାଷୀ ଲାଭରେ ରହିଥାନ୍ତା। ପ୍ରକଳ୍ପର ବିଦ୍ୟୁତ୍‌ କାର୍ଯ୍ୟ ଶେଷ ହୋଇଥିଲା। ପୁଣି ଟେଷ୍ଟିଂ ଶେଷ ହୋଇଥିଲା। ତେବେ କେଉଁଥିପାଇଁ ପ୍ରକଳ୍ପକୁ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଗଲା ନାହିଁ। ସରକାରଙ୍କର ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ଚାଷୀ କାହିଁକି ଉପକୃତ ହେଲେ ନାହିଁ। ଏଥିପାଇଁ କିଏ ଦାୟୀ ତା’ର ତଦନ୍ତ ହେବା ଦରକାର। ସେହିଭଳି ଟେଷ୍ଟିଂ ପରେ ଠିକାଦାର କାହିଁକି ମୋଟର ନେଇ ପଛେ ଲଗାଇବେ କହି ଚାଲି ଯାଇଥିଲେ। ପରେ ମୋଟର ଲଗାଇଲେ ନାହିଁ କାହିଁକି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ସେପଟେ କେତେଜଣ ଚାଷୀ ଉଠଜଳସେଚନ ବିଭାଗର ମନମାନି ବିରୋଧରେ କୋର୍ଟ ଯିବା ସହିତ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ଉଠା ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଦୁଃଶାସନ ଜେନା କୁହନ୍ତି, ପ୍ରକଳ୍ପ କାହିଁକି ପାଣି ପଞ୍ଚାୟତକୁ ହସ୍ତାନ୍ତର ହେଲା ନାହିଁ ଜାଣି ନାହିଁ। ପ୍ରକଳ୍ପର କ’ଣ ସମସ୍ୟା ରହିଛ, କ’ଣ କରାଗଲେ ପ୍ରକଳ୍ପ ଚାଲୁ ହେବ ସେନେଇ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri