Posted inଖେଳ

ଭାଲେନ୍ସିଆକୁ ୪୦ ଲକ୍ଷ ଜରିମାନା

ମାଡ୍ରିଡ୍‌,୨୫ା୫(ପି.ଟି.): ସ୍ପାନିସ୍‌ ଲିଗ୍‌ ଫୁଟବଲରେ ବ୍ରାଜିଲର ଫରଓ୍ବାର୍ଡ ଖେଳାଳି ଭିନିସିୟସ୍‌ ଜୁନିୟରଙ୍କ ପ୍ରତି ଜାତିଆଣ ଆକ୍ଷେପ ମାମଲାରେ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଫୁଟବଲ୍‌ କ୍ଲବ ଭାଲେନ୍ସିଆ ଉପରେ ୪୫ ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ୧୬ ହଜାର ୩୫୮ ଟଙ୍କାର ଜରିମାନା ଲାଗୁ କରାଯାଇଛି। ସ୍ପାନିଶ୍‌ ସକ୍କର ଅଫିସିଆଲ୍‌ଙ୍କ ପକ୍ଷରୁ ଏହି ଫାଇନ୍‌ ଲାଗୁ କରାଯାଇଛି। ଏହାକୁ ମିଶାଇ ସମୁଦାୟ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏହା ପୂର୍ବରୁ ଜାନୁୟାରୀ ମାସରେ ଭିନିସିୟସଙ୍କ ଏଫିଗି(କଣ୍ଢେଇ ଆକୃତିର ପ୍ରତିମୂର୍ତ୍ତି)କୁ ଫାଶୀ ଦେଇଥିବା ଘଟଣାରେ ମଙ୍ଗଳବାର ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ରବିବାର ମ୍ୟାଚ୍‌ ଘଟଣାରେ ପୋଲିସ୍‌ ଭିଡିଓ ଫୁଟେଜ୍‌ ତର୍ଜମା କରିବା ପରେ ୩ ଜଣଙ୍କୁ ଗିରଫ କରିଛି। ଭାଲେନ୍ସିଆ ବିପକ୍ଷରେ ରିୟଲ ମାଡ୍ରିଡ୍‌ର ୧-୦ ପରାଜୟରେ ମଷ୍ଟାଲ୍ଲା ଷ୍ଟାଡିୟମରେ ଜାତିଆଣ ଆକ୍ଷେପ ହେବାପରେ ଇନ୍‌ଷ୍ଟାଗ୍ରାମ ଓ ଟୁଇଟରରେ ସେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। ୪ ବର୍ଷ ମଧ୍ୟରେ ୯ ଥର ତାଙ୍କୁ ଏମିତି ଜାତିଆଣ ଆକ୍ଷେପର ଶିକାର ହେବାକୁ ପଡିଥିବା ନେଇ ସେ କହିଥିଲେ। ଭିନିସିୟସ ଏ ସମ୍ପର୍କରେ ପୋଷ୍ଟ କରିବା ପରେ ତାଙ୍କୁ ସମଗ୍ର ବିଶ୍ୱରୁ ସମର୍ଥନ ମିଳିବା ପରେ ସ୍ପାନିଶ ସକ୍କର ଲିଗ୍‌ ପକ୍ଷରୁ ଆକ୍ସନ ନିଆଯାଉଛି। ଭାଲେନ୍ସିଆ ଦଳକୁ ୪୫ ହଜାର ୟୁରୋ ଫାଇନ୍‌ ସହିତ ମଷ୍ଟାଲ୍ଲା ଷ୍ଟାଡିୟମର ଉକ୍ତ ଦର୍ଶକ ଷ୍ଟାଣ୍ଡକୁ ସାମୟିକ ଭାବରେ ବନ୍ଦ କରି ଦିଆଯାଇଛି। ଉକ୍ତ ଷ୍ଟାଣ୍ଡରେ ଭାଲେନ୍ସିଆର ହାର୍ଡକୋର ସମର୍ଥକଙ୍କ ଉପସ୍ଥିତି ଅଧିକ ରହିଥାଏ। ଉଲ୍ଲେଖଯୋଗ୍ୟ ଯେ, ୫ ବର୍ଷ ହେଲାଣି ସ୍ପାନିଶ ଲିଗ୍‌ ଖେଳୁଥିବା ବ୍ରାଜିଲ ଫରଓ୍ବାର୍ଡଙ୍କୁ ସବୁବେଳେ ଜାତିଆଣ ଆକ୍ଷେପର ଶିକାର ହେବାକୁ ପଡିଥାଏ। ତେବେ ଚଳିତ ବର୍ଷ ସେ ନିଜ ଗୋଲକୁ ଡ୍ୟାନ୍ସ କରି ସେଲିବ୍ରେଟ୍‌ କରୁଥିବାରୁ ଏଭଳି ଆକ୍ଷେପ ବଢିବାରେ ଲାଗିଛି। ଉକ୍ତ ମ୍ୟାଚରେ ମଝି ଆଙ୍ଗୁଳି ଦେଖାଇବାକୁ ନେଇ ଭିନିସିୟସଙ୍କୁ ରେଡ୍‌କାର୍ଡ ମିଳିଥିବା ବେଳେ ଏହାକୁ ସେ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri