Posted inଜାତୀୟ

ଅଳ୍ପକେ ବର୍ତ୍ତିଗଲେ ୪୦ ଆଇଟିବିପି ଯବାନ

ମସୌରୀ, ୮।୧୦: ଉତ୍ତରାଖଣ୍ଡ ମସୌରୀରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡୋ-ତୀବ୍ଦତୀୟ ବର୍ଡର ପୋଲିସ (ଆଇଟିବିପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଅଳ୍ପକେ ଏକ ଖାଇକୁ ଖସି ପଡ଼ିବାରୁ ବର୍ତ୍ତିଯାଇଛି। ମସୌରୀର କ୍ୟାମ୍ପଟି ରୋଡ୍‌ ଜେଡବ୍ଲ୍ୟୁ ମେରିୟଟ୍‌ ହୋଟେଲ ନିକଟରେ ଆଇଟିବିପି ଯବନାଙ୍କୁ ନେଇ ଯାଉଥିବା ଏକ ବସ୍‌ ନିୟନ୍ତ୍ରଣ ହରାଇ ଗୋଟିଏ ଖାଇକୁ ଗଳି ପଡ଼ିବାରୁ ଅଳ୍ପକେ ରକ୍ଷା ପାଇଯାଇଛି। ଫଳରେ ଏହି ବସରେ ବସିଥିବା ୪୦ ଜଣ ଯବାନଙ୍କ ଜୀବନ ବଞ୍ଚିଯାଇଛି। ସ୍ଥାନୀୟ ଲୋକ, ପୋଲିସ ଓ ଆଇଟିବିପିର ଯବାନମାନେ ରଶି ସହାୟତାରେ ବସ୍‌କୁ ଭିଡ଼ି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। କୁହାଯାଉଛି କି, ବସ୍‌ଟି ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ବସଟି ରାସ୍ତା କଡ଼ରେ ଥିବା ପାରାପେଟିରେ ଧକ୍କା ଖାଇ ଝୁଲି ରହିଥିଲା। ଏହାପରେ ସ୍ଥାନୀୟ ଲୋକ, ପୋଲିସ ଓ ଯବାନଙ୍କ ମିଳିତ ପ୍ରୟାସରେ ରଶି ସହାୟତାରେ ବସ୍‌କୁ ଖାଇ ମୁହଁରୁ ଭିଡି ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri