Posted inଜାତୀୟ

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ୪୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଏହାର ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ଆୟ କରିବା ନେଇ ଆଶା କରୁଛନ୍ତି।

ଚାର୍ଟାର୍ଡ ସର୍ଭିସ୍‌ର ଘଣ୍ଟା ପ୍ରତି ଭଡ଼ା ବୃଦ୍ଧି ପାଇ ୪.୫ରୁ ୫.୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ଭଡ଼ା ମଧ୍ୟ ୧.୫ରୁ ୧.୭ ଲକ୍ଷ ଟଙ୍କା ହୋଇଛି। ସାଧାରଣ ସମୟ ଏବଂ ପୂର୍ବ ନିର୍ବାଚନ ବର୍ଷ ତୁଳନାରେ ଚାହିଦା ବହୁତ ବଢ଼ିଥିବାରୁ ଖୁବ୍‌ କମ୍‌ ବିମାନ ଓ ହେଲିକପ୍ଟର ଉପଲବ୍ଧ ହେଉଛି।

କେତେକ ଅପରେଟର ବିମାନ ଏବଂ ହେଲିକପ୍ଟରକୁ ଲିଜ୍‌ରେ ନେବାକୁ ଚାହୁଁଛନ୍ତି। ସାଧାରଣ ସମୟ ତୁଳନାରେ ନିର୍ବାଚନ ବେଳେ ହେଲିକପ୍ଟର ଚାହିଦା ୨୫ ପ୍ରତିଶତ ବଢ଼ିଥିବାବେଳେ ଚାହିଦା ତୁଳନାରେ ଆବଶ୍ୟକ ହେଲିକପ୍ଟର ମିଳୁନାହିଁ ବୋଲି ରୋଟାରି ଓ୍ବିଙ୍ଗ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ କ୍ୟାପ୍‌ଟେନ୍‌ ଉଦୟ ଗେଲ୍ଲି କହିଛନ୍ତି। ଦୁର୍ଗମ ଅଞ୍ଚଳରେ ପ୍ରାର୍ଥୀ ଓ ନେତାମାନଙ୍କୁ କମ୍‌ ସମୟ ମଧ୍ୟରେ ପହଞ୍ଚାଇବା ପାଇଁ ବିଭିନ୍ନ ଦଳ ହେଲିକପ୍ଟର ବ୍ୟବହାର କରୁଛନ୍ତି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ବଡ଼ ରାଜ୍ୟରେ ଏଗୁଡ଼ିକ ଅଧିକ ବ୍ୟବହୃତ ହେଉଛି। ସେହିପରି ଚାର୍ଟାର୍ଡ ବିମାନ ଚାହିଦା ୩୦ରୁ ୪୦ ପ୍ରତିଶତ ବଢ଼ିଥିବା ବିଜ୍‌ନେସ ଏୟାରକ୍ରାଫ୍ଟ ଅପରେଟର ଆସୋସିଏଶନ୍‌ର ପରିଚାଳନା ନିର୍ଦ୍ଦେଶକ କ୍ୟାପ୍‌ଟେନ୍‌ ଆର୍‌.କେ. ବାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri